ଭୁବନେଶ୍ବର ୨୨|୧: ରାଜଧାନୀରେ ପୁଣି ଗର୍ଜିଛି ବନ୍ଧୁକ । ରାତି ଅଧରେ ରାଜ୍ କରୁଛନ୍ତି ଲୁଟେରା । ସୋମବାର ବିଳମ୍ବିତ ରାତିରେ ଲକ୍ଷ୍ମୀସାଗର ଥାନା ବମିଖାଲ ଓଭରବ୍ରିଜ୍ ପାଖରେ ଏକ କାର ଉପରେ ଅତର୍କିତ ଗୁଳିମାଡ଼ କରିଥିଲେ କିଛି ଦୁର୍ବୃତ୍ତ । ତେବେ ସୌଭାଗ୍ୟ ବସତଃ କାର ମାଲିକ ଗୁଳିମାଡ଼ରୁ ଅଳ୍ପକେ ବର୍ତ୍ତିଯାଇଥିଲେ ମଧ୍ୟ ଦୁର୍ବୃତ୍ତମାନେ ତାଙ୍କୁ ଛୁରି ଭୁସି ତାଙ୍କ ସୁନାଚେନ୍ ଲୁଟି ନେଇଥିଲେ । ଥାନାରେ ଅଭିଯୋଗ ପରେ ସିସିଟିଭି ଯାଂଚ କରିବା ସହ ପୋଲିସ ଦୁର୍ବୃତ୍ତଙ୍କୁ ଧରିବାକୁ ପ୍ରୟାସ କରୁଛି । ….
{"id":76948}
ସୋମବାର ରାତି ପ୍ରାୟ ଗୋଟାଏ ହେବ । ନିଜ କାରରେ ଘରକୁ ଫେରୁଥିଲେ ବଡ଼ଗଡ଼ କେନାଲ ରୋଡ୍ ଅଂଚଳରେ ରହୁଥିବା ଯୁବକ ମାନସ ରଞ୍ଜନ ମଲ୍ଲିକ୍ । ଲକ୍ଷ୍ମୀସାଗର ଥାନା ବମିଖାଲ ଓଭରବ୍ରିଜ୍ ପାର୍ ହେଉଥିବା ବେଳେ ହଠାତ୍ ତାଙ୍କୁ ଅଟକାଇ ଲୁଟ୍ପାଟ୍ ଉଦ୍ୟମ କରିଥିଲେ ୪ ଜଣ ଦୁର୍ବୃତ୍ତ । ତେବେ ସାହସର ସହିତ ଲୁଟେରାମାନଙ୍କ ଭିତରୁ ଜଣକୁ ମାଡ଼ି ବସିଥିଲେ ମାନସ । ଏହା ପରେ ଲୁଟେରା ଗ୍ୟାଙ୍ଗ୍ର ଆଉ କିଛି ସଦସ୍ୟ ସେଠାରେ ପହଞ୍ଚି ମାନସଙ୍କ ଉପରେ ଗୁଳି ଚଳାଇବା ସହ ଏକ ଛୁରିରେ ଆକ୍ରମଣ କରିଥିଲେ । ମାନସଙ୍କ ଦେହରେ ଗୁଳି ବାଜି ନଥିବା ବେଳେ ଛୁରୀ ଆଘାତ ତାଙ୍କୁ କ୍ଷତାକ୍ତ କରିଦେଇଥିଲା । ସୁଯୋଗ ପାଇ ନିଜ ସାଥୀକୁ ଖସାଇ ନେବା ସହ ଯିବା ବେଳେ ମାନସଙ୍କ ବେକରୁ ସୁନାଚେନ୍ ଲୁଟି ନେଇଥିଲେ ଦୁର୍ବୃତ୍ତ । ଦୁର୍ବୃତ୍ତଙ୍କ ଆକ୍ରମଣରେ ମାନଙ୍କ କାରଟି ମଧ୍ୟ ଭାଙ୍ଗିରୁଜି ଯାଇଛି ।
{"id":76947}
ଅଭିଯୋଗ ପରେ ଦୁର୍ବୃତ୍ତଙ୍କୁ ଧରିବାକୁ ଅପରେସନ ଆରମ୍ଭ କରିଛି ପୋଲିସ । ଆଖପାଖରେ ଲାଗିଥିବା ସିସିଟିଭି ଫୁଟେଜ୍କୁ ଯାଂଚ କରାଯାଉଛି । ତେବେ ମାନସଙ୍କ ଉପରେ ଏଭଳି ଆକ୍ରମଣ ପଛରେ କେବଳ ଲୁଟ୍ ଉଦ୍ୟମ ନା’ ଆଉ କିଛି କାରଣ ରହିଛି, ସେ ଦିଗ ପ୍ରତି ମଧ୍ୟ ନଜର ରଖିଛି ପୋଲିସ ।
{"id":76949}
କିଛି ଦିନ ତଳେ ନୟାପଲ୍ଲୀ ଅଂଚଳରେ ରାଜରାସ୍ତା ଉପରେ କେମିତି ଲୁଟେରାମାନେ ଆତଙ୍କରାଜ ଚଳାଇଥିଲେ ତା’ର ସିସିଟିଭି ଫୁଟେଜ୍ ଆମେ ଆପଣଙ୍କୁ ଦେଖାଇଥିଲୁ । ରାଜଧାନୀର ବିଭିନ୍ନ ଅଂଚଳରୁ ଏଭଳି ଲୁଟ୍ ଓ ଅପରାଧୀଙ୍କ ଆତଙ୍କରାଜର ଖବର କମିଶନରେଟ୍ ପୋଲିସର ଆକ୍ସନ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।