ନୂଆଦିଲ୍ଲୀ, ୦୮|୦୮: ଅଣ୍ଡରଓ୍ୱାର୍ଲ୍ଡ ଡନମାନେ ବିଳାସପୂର୍ଣ୍ଣ ଜୀବନ ଅତିବାହିତ କରିଥାନ୍ତି । ହିନ୍ଦୀ ଫିଲ୍ମରେ ମଧ୍ୟ ଏହା ଦେଖିବାକୁ ମିଳିଥାଏ । ଡନ୍ ମାନେ ସେମାନଙ୍କ ଜୀବନଶୈଳୀକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ସେପରି ଜଣେ ଡନ୍ ହେଲେ ମୁଥାପ୍ପା ରାଏ । ମୁଥାପ୍ପା ୬୮ ବର୍ଷରେ ପ୍ରାଣତ୍ୟାଗ କରିଥିଲେ । କିନ୍ତୁ ମୃତ୍ୟୁବେଳକୁ ସେ ଶହଶହ କୋଟି ଟଙ୍କାର ସମ୍ପତ୍ତି ଛାଡି ଚାଲିଦେଇଥିଲେ । ଗ୍ରାଜୁଏସନ୍ ଡିଗ୍ରୀ ହାସଲ କରିଥିବା ମୁଥାପ୍ପା ନିଜ ଦାମୀ କାର୍ ପାଇଁ ମଧ୍ୟ ଲାଇମଲାଇଟରେ ଥିଲେ ।
୧୯୮୦ରେ ସେ ଅଣ୍ଡରଓ୍ୱାର୍ଲ୍ଡ ଦୁନିଆରେ ପାଦ ଦେଇଥିଲେ । ସେ ଜୟରାଜ ନାମକ ଜଣେ ସାଂସଦଙ୍କୁ ଦିବାଲୋକଙ୍କେ ହତ୍ୟା କରି ଆତଙ୍କ ସୃଷ୍ଟି କରିଥିଲେ । ୧୯୯୦ରେ ସେ ନିଜର ଦବଦବା ଜାହିର କରିପାରିଥିଲେ । ମୁମ୍ବାଇରୁ ଦୁବାଇ ଯାଏଁ ତାଙ୍କର ନେଟଓ୍ୱର୍କ ରହିଥିଲା । ଶେଷରେ ୨୦୦୨ରେ ତାଙ୍କୁ ଦୁବାଇ ସରକାର ବ୍ଲାକଲିଷ୍ଟେଡ୍ କରିଥିଲେ ।
ସୌଖୀନ ଗାଡି ପସନ୍ଦ
ମୁଥାପ୍ପାଙ୍କ ପାଖରେ ଏକ ବ୍ଲାକ୍ ଟୋୟଟା ରହିଥିଲା । ସେ ଏହାକୁ ବେଶି ପସନ୍ଦ କରୁଥିଲେ । ଏଥିରେ ବ୍ଲାକ୍ ହ୍ୱିଲ୍ ସହ ବ୍ଲାକ୍ ଓ୍ୱିଣ୍ଡୋ ମଧ୍ୟ ରହିଥିଲା ।

କେବଳ ଟୋୟଟା ନୁହେଁ, ଦାମୀ ଗାଡି ରେଞ୍ଜ ରୋଭର ଚଢୁଥିଲେ ମୁଥାପ୍ପା । ତାଙ୍କ ରେଞ୍ଜ୍ ଓଭର ଧଳା ରଙ୍ଗର ଥିଲା । ସେ ଯେଉଁ ରେଞ୍ଜ ରୋଭରରେ ଚଢୁଥିଲେ ତାହା ସେହି ସମୟରେ ନାମିଦାମୀ ସେଲିବ୍ରିଟି ଓ ଶିଳ୍ପପତି ଚଢୁଥିଲେ ।
ମର୍ସିଡିଜ୍ ବେଞ୍ଜ୍ ଏସ କ୍ଲାସ୍
ଏସ କ୍ଲାସ୍ ମର୍ସିଡିଜ୍ ସବୁଠୁ ଅଧିକ ବିଳାସପୂର୍ଣ୍ଣ କାର୍ ଭାବେ ଗଣାହୁଏ । ଏହି କାର୍ ମୁଥାପ୍ପାଙ୍କ ସବୁଠୁ ପସନ୍ଦ ଥିଲା । ଏହି କାରର କାଚକୁ ସେ କଳାରଙ୍ଗର କରିଥିଲେ ।
ମର୍ସିଡିଜ୍ ବେଞ୍ଜ୍ ଏସଏଲକେ
କେବଳ ସେଦାନ କିମ୍ବା ଏସୟୁଭି ନୁହେଁ, ସ୍ପୋର୍ଟ୍ସ କାର୍ ପ୍ରତି ଥିଲା ମୁଥାପ୍ପାଙ୍କ ଦୁର୍ବଳତା । ୨୦୦୫ ମଡେଲର ଏକ ସୁନ୍ଦର ବେଞ୍ଜ୍ ଏସଏଲକେ କାର୍ ରଖିଥିଲେ ସେ । ଏହି କାର୍ ରଖିଥିବା ହାତଗଣତି ଭାରତୀୟଙ୍କ ତାଲିକାରେ ତାଙ୍କ ନାଁ ରହିଥିଲା । ଏହାସହ ତାଙ୍କ ପାଖରେ ଏକ ଏଟିଭି ମଧ୍ୟ ଥିଲା ।

ଅଡି କ୍ୟୁ୫
ଅଡି କ୍ୟୁ୫ ମଡେଲ ଏସୟୁଭି ମଧ୍ୟରେ ସବୁଠୁ ଦମଦାର୍ ଅଟେ । ଏହି ପ୍ରିମିୟମ କାର୍ ରଖିଥିଲେ ମୁଥାପ୍ପା । ଏହି କାରରେ ସ୍ପେସ୍ ଭଲ ଥାଏ । ଏଥିରେ ଅନେକ ମଡର୍ଣ୍ଣ ଡିଭାଇସ୍ ସେ ଇନଷ୍ଟଲ୍ କରିଥିଲେ ।

ଟୋୟଟା ଫର୍ଚ୍ୟୁନର
ଭାରତରେ ସବୁଠ ପସନ୍ଦର ଏସୟୁଭି ହେଲା ଫର୍ଚ୍ୟୁନର୍ । ଏହାକ ଚାହିଦା ସବୁବେଳେ ରହିଥାଏ । ମୁଥାପ୍ପାଙ୍କ ପାଖରେ ଏକ ଧଳା ରଙ୍ଗର ଏସୟୁଭି ଥିଲା । ସେ ଯାହାକୁ ଅନେକ ରାଲିରେ ବ୍ୟବହାର କରୁଥିଲେ ।