ନୂଆଦିଲ୍ଲୀ ୧୯/୭: ରାଜଧାନୀ ଦିଲ୍ଲୀରେ ସୋମବାର ସକାଳେ ହୋଇଥିବା ଭୀଷଣ ବର୍ଷା ଯୋଗୁଁ ଲୋକମାନେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି। ବିଭିନ୍ନ ସ୍ଥାନ ଜଳମଗ୍ନ ହୋଇଥିବା ବେଳେ ଆଜି ସନ୍ଧ୍ୟାରେ ଦ୍ବାରକାରେ ଏକ କାର ଡ୍ରାଇଭରଙ୍କ ସମେତ ମାଟିରେ ମିଶିଯାଇଛି। ମିଳିଥିବା ସୂଚନା ଅନୁସାରେ, ଦିଲ୍ଲୀ ପୋଲିସର ଜଣେ ଯବାନ ଅଶ୍ବିନୀ କୁମାର ସୋମବାର ସନ୍ଧ୍ୟାରେ ନିଜ ଆଇ୧୦ କାର୍ ଯୋଗେ ବନ୍ଧୁଙ୍କୁ ସାକ୍ଷାତ କରିବାକୁ ଯାଉଥିଲେ।
ଯେତେବେଳେ ସେ ଦ୍ବାରକାର ଅତୁଲ୍ୟମାର୍ଗରେ ପହଞ୍ଚିଥିଲେ ସେତେବେଳେ ହଠାତ ମାଟି ଧସିବାରୁ କାର ସହ ଅଶ୍ବିନୀ ମାଟି ତଳେ ପୋତି ହୋଇଯାଇଥିଲେ। ଦୁର୍ଘଟଣାରେ ଅଶ୍ବିନୀ ସୁରକ୍ଷିତ ଅଛନ୍ତି। ତେବେ ସେ କୁମାର ପଟେଲ ନଗରରେ ମୁତୟନ ଅଛନ୍ତି। ସଡ଼କ ଉପରେ ହଠାତ ଏମିତି ଦୁର୍ଘଟଣାକୁ ଦେଇ ସାଧାରଣରେ ଭୟ ଖେଳିଯାଇଥିଲା । ପରେ ପୋଲିସକୁ ସୂଚନା ଦେଇଥିଲେ ସାଧାରଣ ଲୋକେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି କ୍ରେନ୍ ସାହାଯ୍ୟରେ ଅଶ୍ବିନୀଙ୍କ କାରକୁ ବାହାରକୁ ଆଣିଥିଲା।
wp:embed {"url":"https://twitter.com/ANI/status/1417113281089601544","type":"rich","providerNameSlug":"twitter","responsive":true,"className":""} /wp:embedଦୁର୍ଘଟଣା ପରେ ସେହି ସ୍ଥାନରେ ପ୍ରବଳ ଗହଳି ହୋଇଥିଲା। ଏହା ପୂର୍ବରୁ ଆଜି ପୁଲ ପ୍ରହଲାଦପୁରରେ ପାଣି ବୁଡି ଜଣେ ୨୭ ବର୍ଷୀୟ ଯୁବକଙ୍କ ମୃତ୍ୟୁ ହୋଇଥିଲା। ମୃତକ ରବି ଚୌଟାଲା ଜୈତପୁରର ବାସିନ୍ଦା । ସେ ପାଣି ଭିତରେ ସେଲ୍ଫି ନେଉଥିବା ବେଳେ ଅଘଟଣ ଘଟିଥିଲା ବୋଲି ପୋଲିସ କହିଛି।