scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

କୁହୁଡି କାଳ : ଚୌଦ୍ୱାର ନିକଟରେ ରାସ୍ତାରେ କଡରେ ଥିବା କଂକ୍ରିଟରେ ପିଟିହେଲା ପୁରୀ ଯାଉଥିବା କାର, ୪ ମହିଳା ଗୁରୁତର

23/01/2019 at 10:16 AM

ଚୌଦ୍ୱାର ୨୩/୧ : ଚୌଦ୍ୱାର ଜାତୀୟ ରାଜପଥ ବନ୍ଦଳ ଛକ ନିକଟରେ ଦୁର୍ଘଟଣା ହୋଇଛି | ଘନ କୁହୁଡି ଯୋଗୁଁ ରାସ୍ତା ଦେଖା ନଯିବା ଫଳରେ ଏକ କାର ବ୍ୟାରିକେଟରେ ପିଟି ହୋଇଥିଲା | ଦୁର୍ଘଟଣାରେ ୪ଜଣଙ୍କ ଅବସ୍ଥା ଗୁରୁତର ଥିବାବେଳେ ୩ଜଣ ଆହତ ହୋଇଛନ୍ତି | ଗୁରୁତରଙ୍କୁ ଟାଙ୍ଗି ଏବଂ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଛି |


ସୂଚନାଯୋଗ୍ୟ ଯେ, ପଶ୍ଚିମବଙ୍ଗ ଆସନସଲରୁ ପୁରୀ ଯାଉଥିବାବେଳେ କାର ଦୁର୍ଘଟଣାଗ୍ରସ୍ତ ହୋଇଛି | ସକାଳ ପ୍ରାୟ ସାଢେ ୬ଟା ବେଳେ କୋୖଶଲ୍ୟ ରାୟଙ୍କ ପରିବାର ପୁରୀ ଜଗନ୍ନାତହା ଦର୍ଶନ ପାଇଁ ଯାଉଥିଲେ | ଜାତୀୟ ରାଜପଥ ୧୬ ନମ୍ବର ନିକଟରେ ନୂଆ ତିଆରି ହେଉଥିବା ଟୋଲ ଗେଟ ଯୋଗୁଁ ରାସ୍ତା କଡରେ ଏକ ବଡ କଂକ୍ରିଟ ପିଲର ରଖାଯାଇଥିଲା | ଘନ କୁହୁଡି ଯୋଗୁଁ ଡ୍ରାଇଭର ଦେଖିପାରିନଥିଲେ | ଫଳରେ କାରରୀ ସିଧାସଳଖ କଂକ୍ରିଟରେ ପିଟି ହୋଇଥିଲା | କାରରେ କୋୖଶଲ୍ୟ ରାୟଙ୍କ ପରିବାରର ୫ଜଣ ମହିଳା ଏବଂ ୨ ଜଣ ଶିଶୁ ଥିଲେ |

ଦୁର୍ଘଟଣାରେ ୪ଜଣ ମହିଳା ଗୁରୁତର ଭାବେ ଆହତ ହୋଇଛନ୍ତି | ଅନ୍ୟମାନେ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି | ଦୁର୍ଘଟଣା ପରେ କାରର ବେଳୁଁ ବାହାରି ଯାଇଥିବା ଯୋଗୁଁ ଡ୍ରାଇଭରର କୌଣସି କ୍ଷତି ହୋଇନଥିଲା | ଖବରପାଇ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଂଚି ଆହତଙ୍କୁ ଟାଙ୍ଗି ହସ୍ପିଟାଲରେ ଏବଂ ଗୁରୁତର ଆହତଙ୍କୁ ଏସସିବିରେ ଭର୍ତ୍ତି କରିଥିଲା |

   Related Posts