ଭାରସାମ୍ୟ ହରାଇ ପୋଲରେ ପିଟିହେଲା କାର ; ୩ମୃତ, ୨ଗୁରୁତର

Published By : Prameya-News7 Bureau | June 02, 2018 IST

ବାଲେଶ୍ବର ୬୦ ନମ୍ବର ଜାତୀୟ ରାଜପଥର ରୁପୁସା ଥାନା ନିକଟରେ ଆଜି ଅପରାହ୍ନ ୩ ଟାରେ ଗୋଟାଏ ସ୍ବିପ୍ଟ ଡ଼ଜାୟାର କାର ଭାରସାମ୍ୟ ହରାଇ ପୋଲକୁ ପିଟିବା ଫଳରେ ଗାଡ଼ି ଭିତରେ ଥିବା ୫ ଜଣ ବ୍ୟକ୍ତି ଗୁୂରୁତର ହୋଇ ପଡ଼ିଥିଲେ। ସେମାନଙ୍କୁ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟକୁ ଅଣା ଯାଇଥିଲା । ସେମାନଙ୍କ ମଧ୍ୟରୁ ୩ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ମାନେ ହେଲେ ଶ୍ରେୟା ସିହ୍ନା, ଜୟନ୍ତୀ ସେନଗୁପ୍ତା ଓ କାଶିନାଥ ସେନଗୁପ୍ତା । ଏହି ଗାଡ଼ି ଚଳାଉଥିବା ଗାଡ଼ରି ମାଲିକ ରାଣାସିହ୍ନା ଓ ତାଙ୍କର ଝିଆରୀ ଅଭିନନ୍ଦା ସେନଗୁପ୍ତାଙ୍କର ଅବସ୍ତା ଗୁରୁତର ଅଛି। ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଏମାନେ ସମସ୍ତେ କୋଲକାତା ବେଲଘାଟରୁ ପୁରୀ ଯାଉଥିଲେ । ଏଥିସହ ଅନ୍ୟ ୨ ଟି ଗାଡ଼ିରେ ସେମାନଙ୍କର ସଂପର୍କିୟ ଥିଲେ । ରାଣା ଗାଡ଼ି ଚଳାଇବା ସମୟରେ କିଛି ସମୟ ପାଇଁ ତାଙ୍କୁୁ କିଛି ଦେଖା ଯାଇ ନଥିଲା | ସେହି ସମୟରେ ସେ ପୋଲକୁ ଧକ୍କା ଦେଇଥିଲେ । ଶ୍ରେୟା ସିହ୍ନା ତାଙ୍କର ସ୍ତ୍ରୀ ହୋଇଥତ୍ବା ବଳେ ଜୟନ୍ତୀ ସେନଗୁପ୍ତ ଓ କାଶିନାଥ ସେନଗୁପ୍ତ ତାଙ୍କର ଶାଶୁ ଓ ଶ୍ବଶୁର ବୋଲି ଜଣାପଡିଛି । ଆସନ୍ତାକାଲି ଶବ ବ୍ୟବଚ୍ଛେଦ ହେବା ପରେ ଶବ ଗୁଡ଼କୁ ତାଙ୍କ ପରିବାରକୁ ହସ୍ତାନ୍ତର କରାଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.