କେନ୍ଦ୍ରାପଡା ଜଣ୍ଟିଲୋ ଛକ ଠାରେ ବୋଲେରୋକୁ ଧକ୍କା ଦେଲା କାର; ୪ ଗୁରୁତର

Published By : Prameya-News7 Bureau | January 23, 2019 IST

କେନ୍ଦ୍ରାପଡା ୨୩/୧ : କେନ୍ଦ୍ରାପଡ଼ା ସଦର୍ ଥାନା ଅନ୍ତର୍ଗତ ଜଣ୍ଟିଲୋ ଛକ ଠାରେ ଆଜି ସକାଳ ପ୍ରାୟ ୮ଟା ବେଳେ ଏକ ଦୁର୍ଘଟଣା ହୋଇଛି | ଏକ କାର ବୋଲେରୋକୁ ଧକ୍କା ଦେବା ଫଳରେ ଦୁର୍ଘଟଣା ଘଟିଥିଲା | ଦୁର୍ଘଟଣାରେ ୪ଜଣ ଗୁରୁତର ଆହତ ହୋଇଛନ୍ତି |

{"id":77156}


ସୂଚନାଯୋଗ୍ୟ ଯେ, ପୁରୀରୁ ଯାତ୍ରୀ ନେଇ ମାର୍ଶାଘାଇ ଫେରୁ ଥିବା ଏକ ଇଣ୍ଡିଗୋ କାର କେନ୍ଦ୍ରପଡାରୁ ଆସୁଥିବା ଅନ୍ୟ ଏକ ବୋଲେରୋ ଗାଡ଼ିକୁ ଧକ୍କା ଦେଇଥିଲା | ଘନ କୁହୁଡ଼ି ଯୋଗୁଁ ରାସ୍ତା ଦେଖି ନପାରି ପରସ୍ପରକୁ ଧକ୍କା ଦେଇଥିବା ପ୍ରତ୍ୟେକ୍ଷଦର୍ଶି କହିଛନ୍ତି | ତେବେ କାରରେ ଥିବା ୪ ଜଣ ଯାତ୍ରୀ ଆହତ ହୋଇଛନ୍ତି | ଆହତ ମାନଙ୍କୁ ଚିକିତ୍ସା ପାଇଁ କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଉଛି |

{"id":77157}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.