ସିରିଜ୍ ଦୁର୍ଘଟଣା, ବାଇକ୍ ଉପରେ ମାଡିଗଲା କାର୍

Published By : Prameya-News7 Bureau | February 09, 2020 IST

କେନ୍ଦ୍ରାପଡା ୯।୨: କେନ୍ଦ୍ରାପଡା କଲେଜ ଛକରେ ଅଭାବନୀୟ ଘଟଣା ଘଟିଛି । ଦ୍ରୁତଗତିରେ ବାଇକ୍ ଉପରକୁ ଏକ କାର୍ ମାଡିଯିବା ଘଟଣା କିଛି ସମୟ ପାଇଁ ସମସ୍ତଙ୍କୁ ସ୍ତବ୍ଧ କରିଦେଇଥିଲା । ସମସ୍ତ ଘଟଣା ସିସିଟିଭିରେ କଏଦ ହୋଇଛି ।

ସୂଚନାଯୋଗ୍ୟ ଯେ, କେନ୍ଦ୍ରାପଡା ସ୍ଵଂୟ ଶାସିତ ମହାବିଦ୍ୟାଳୟ ପଡିଆରେ କିଛି ଯୁବକ ଶନିବାର ଦିନ ପଡିଆରେ ବସି ଜନ୍ମଦିନ ପାଳନ କରୁଥିଲେ । ରାତି ପ୍ରାୟ ୯ଟାରେ ପଡିଆରୁ ଏକ କାର୍ ଦ୍ରୁତ ଗତିରେ କଟକ- ଚାନ୍ଦବାଲି ରାସ୍ତା ଆଡକୁ ମାଡି ଆସିଥିଲା । ରାସ୍ତା କଡ଼ରେ ଥିବା କିଛି ମୋଟର ସାଇକେଲକୁ ଧକ୍କା ଦେଇ କାର୍ ଟି ତିନିମୁହାଣି ଆଡ଼େ ଚାଲି ଯାଇଥିଲା ।

ଲୋକେ ଉଦ୍ୟମ କରି ସୁଦ୍ଧା କାର୍ କୁ ଅଟକାଇ ପାରିନଥିଲେ । ବର୍ଷା ଯୋଗୁଁ ଅଞ୍ଚଳଟି ଜନଶୂନ୍ୟ ଥିବାରୁ କାହାର ଜୀବନ ହାନି ହୋଇନାହିଁ । ତେବେ ଏଥିରେ ବାଇକ୍ ଗୁଡିକ ଭାଙ୍ଗି ରୁଜି ଯାଇଛି । କାରଟିକୁ ଚିହ୍ନଟ କରାଯାଇ ପାରିନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.