ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଡବିଲ: ପୁରୁଣା ବସ୍‌ଷ୍ଟାଣ୍ଡରେ ଯୁବକକୁ ଛୁରାମାଡ଼, ଅତର୍କିତ ଆକ୍ରମଣରେ ଆକବର ଗୁରୁତର
  • ||
  • ଇଡିରେ ହାଜର ହେଲେ ଅର୍ଚ୍ଚନାଙ୍କ ଆରକିଟେକ୍ଟ, ଆର୍ଥିକ କାରବାର ନେଇ ହୋଇପାରେ ଜେରା
  • ||

କାରକୁ ପିଟିଲା କାର, ୭ ଗୁରୁତର

17/12/2021 at 10:30 PM

ଜଗତସିଂହପୁର ୧୭।୧୨: ଜଗତସିଂହପୁର ଜିଲ୍ଲା  ତିର୍ତ୍ତୋଲ ଥାନା ଶାରଳା ରୋଡ଼ ନିକଟରେ କାର ପଛରେ ପିଟିଲା କାର । ୭ ଜଣ ଆହତ ହୋଇଥିବା ଵେଳେ ସେମାନଙ୍କୁ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା ଗୁରୁତର ହେବାରୁ କଟକ ଏସ ସି ବି କୁ ସ୍ଥାନାନ୍ତର କରାଯାଇଛି ।  ଆହତଙ୍କ ମଧ୍ୟରେ ଦୁଇ ଶିଶୁ ଥିବା ଜଣାଯାଇଛି । 

ଆହତମାନେ ପାରାଦୀପ ନୂଆଗଡ଼ ଅଞ୍ଚଳର ଜଣା ପଡିଥିବା ବେଳେ ସେମାନେ ରଘୁନାଥପୁର ଥାନା ରେଢୁଆ ଗ୍ରାମରେ ଥିବା ଭଉଣୀ ଘରୁ ଭୋଜି ଖାଇ ଫେରୁଥିବା ଵେଳେ ଶାରଳା ନିକଟରେ ଦୁର୍ଘଟଣା ହୋଇଥିଲା ।  ଆହତ ମାନେ ହେଲେ ପ୍ରାଣକୃଷ୍ଣ ମହାପାତ୍ର, ପତ୍ନୀ ଲୀନତୀ ମହାପାତ୍ର, ଦୁଇ ପୁଅ ରୋଶନ ଓ ରୋହନ ମହାପାତ୍ର, ଜା ଝୁନିଲତା ମହାପାତ୍ର, ଝିଅ ସୁପ୍ରିୟା ମହାପାତ୍ର, ଦିଅର କୁମାର ମହାପାତ୍ର ।  ଝୁନିଲତା ଓ କୁମର ଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।

   Related Posts