ବନ୍ୟାଜଳରେ ଭାସିଗଲା କାର୍, ଗଛରେ ଲାଗି ରହିଛି ଜଣଙ୍କ ମୃତଦେହ

Published By : Prameya-News7 Bureau | August 26, 2020 IST

ଆନନ୍ଦପୁର ୨୬।୮: ବନ୍ୟାଜଳରେ ଭାସିଗଲା କାର୍ । କାର୍ ରେ ଥିବା ଜଣେ ବ୍ୟକ୍ତିଙ୍କର ମୃତଦେହ ଗଛରେ ଲାଗିରହିଛି । ଜଞ୍ଜାଳୀ ନାଳ ପୋଲ ଦେଇ ପାର ହେଉଥିବା ସମୟରେ କାର୍ ଟି ଭାସିଯାଇଥିବା ଜଣାପଡିଛି । ଜଣଙ୍କର ମୃତଦେହ ଗଛରେ ଲାଗିଥିବା ବେଳେ ମୃତକଙ୍କ ପରିଚୟ ମିଳିପାରିନାହିଁ । ତେବେ କାର୍ ରେ ୪-୫ ଜଣ ଥିବା ଗ୍ରାମବାସୀମାନେ କହିଛନ୍ତି ।

ସାରା ରାଜ୍ୟରେ ଲଘୁଚାପଜନିତ ବର୍ଷା ଲାଗିରହିଛି । ବର୍ଷା ଯୋଗୁଁ ଆନନ୍ଦପୁରଠାରେ ବୈତରଣୀ ନଦୀର ଜଳପତ୍ତନ ବିପଦ ସଙ୍କେତ ଟପିଛି । ଏଠାରେ ବିପଦ ସଙ୍କେତ ୩୮.୩୬୦ ମିଟର ରହିଥିବା ବେଳେ ନଦୀର ଜଳସ୍ତର ୩୮.୪୦୦ ମିଟର ରହିଛି । ଗତ ଦୁଇଦିନ ଧରି ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିଛି । ନଦୀ ଜଳପତ୍ତନ ବୃଦ୍ଧି ଘଟିବା ଯୋଗୁଁ ତଳିଆ ଅଞ୍ଚଳରେ ପାଣି ପସିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.