୧୫ ଫୁଟ୍ ତଳକୁ ଖସିଲା କାର, ଜଣେ ମୃତ, ୪ ଗୁରୁତର

Published By : Prameya-News7 Bureau | January 16, 2023 IST

ଜି ଉଦୟଗିରି: କନ୍ଧମାଳ ଜିଲ୍ଲା ସାରଙ୍ଗଡ ଥାନା ଅଞ୍ଚଳରେ ଭାରସାମ୍ୟ ହରାଇ ୧୫ ଫୁଟ ପୋଲ ତଳକୁ ଖସିଲା କାର୍ । ଜଣେ ମୃତ, ଡ୍ରାଇଭର ସମେତ ୪ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ସୋମବାର ଅପରାହ୍ନ ୩ ଘଣ୍ଟା ସମୟରେ ଦୁର୍ଘଟଣା ଘଟିଛି । ସମସ୍ତଙ୍କୁ ସାରଙ୍ଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁସାରେ, ଆଜି ସକାଳେ କନ୍ଧମାଳ ଜିଲ୍ଲା ସାରଙ୍ଗଡ଼ ପଦାସାହି ଅଞ୍ଚଳର ଅଶୋକ ବେହେରାଙ୍କ ପରିବାର ଭଞ୍ଜନଗର ରୁ ଏକ ସ୍ବିଫ୍ଟ କାର୍ (OD 02AY5164) ଯୋଗେ ନିଜ ଗାଁ ସାରଙ୍ଗଡକୁ ଫେରୁଥିଲେ। ସାରଙ୍ଗଡ଼ ଥାନା ନିକଟସ୍ଥ ବନାଙ୍ଗିଆ ଡ୍ୟାମ୍ ନିକଟରେ କାର ଟି ଭାରସାମ୍ୟ ହରାଇ ଏକ ପୋଲ ତଳକୁ ଖସି ପଡ଼ିଥିଲା ।ଫଳରେ କାରରେ ଥିବା ଜଣେ ୩ବର୍ଷର ନାବାଳିକା ଶିଶୁ କନ୍ୟା ମୃତ୍ୟୁ ଘଟିଥିବା ବେଳେ ଡ୍ରାଇଭର ସମେତ ଚାରିଜଣ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି।

ଏହିମାନେ ହେଲେ ସାରଂଗଡ଼ ଗ୍ରାମର ପଦା ସାହିର ଡ୍ରାଇଭର କାଳିଆ ନାଏକ(୩୫) , ସୁକାନ୍ତି ବେହେରା (୩୬ ) ,ଦମୟନ୍ତି ବେହେରା (୧୯) ଏବଂ ନା ବାଳକ ରାକେଶ ବେହେରା । ଖବର ପାଇଁ ଘଟଣାସ୍ଥଳରେ ସାରଙ୍ଗଡ଼ ପୋଲିସ୍ ଓ ଅଗ୍ନିଶମ ବାହିନୀ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ପ୍ରଥମେ ସାରଙ୍ଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ଏବଂ ତାପରେ ଚାରି ଜଣ ଗୁରୁତର ଥିବାରୁ ଫୁଲବାଣୀ ଜିଲ୍ଲା ହସପିଟାଲ କୁ ଆମ୍ବୁଲାନ୍ସ ଯୋଗେ ପଠାଯାଇଥିଲା । ଘଟଣା ସ୍ଥଳରେ ସାରଂଗଡ଼ ଥାନା ଅଧିକାରୀ ବିଦୁଲିକା ବିଶ୍ୱାଳ ଏବଂ ଏ ଏସ ଆଇ କେଶବ ଭାତ୍ରl ପହଞ୍ଚି ଥିଲେ।ଏ ନେଇ ଥାନାରେ ଥାନା ୮/୨୩ ରେ ମାମଲା ରୁଜୁ ହୋଇଥିବା ଆଇ. ଆଇ.ସି ଙ୍କ ଠାରୁ ପ୍ରକାଶ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.