ଭୋଜିକୁ ଯିବା ବେଳେ ଗଭୀର ଗାତରେ ଖସିଲା କାର, ୭ ମୃତ

Published By : Prameya-News7 Bureau | June 16, 2022 IST

ନୂଆଦିଲ୍ଲୀ ୧୬/୦୬: ଭୟଙ୍କର ସଡକ ଦୁର୍ଘଟଣା । ୭ ମୃତ । ବିବାହ ଭୋଜିକୁ ଯାଉଥିବେ ବେଳେ ବଡ ଅଘଟଣ । ଏପରି ଅଭାବନୀୟ ଘଟଣା ଘଟିଛି ମଧ୍ୟପ୍ରଦେଶର ଚିନ୍ଦଓ୍ୱାରା ଜିଲ୍ଲାରେ ।

ସୂଚନାନୁସାରେ, ଗୁରୁବାର ସକାଳେ ଗୋଟିଏ ପରିବାରର ୭ ଜଣ ଏକ ବିବାହ ଭୋଜିକୁ ଯୋଗ ଦେବାକୁ ଯାଉଥିଲେ । ତେବେ ସେମାନେ ଯାଉଥିବା କାରଟି ରାସ୍ତା କଡକୁ ଖସି ଯାଇଥିଲା । ରାସ୍ତା କଡରେ ଥିବା ବଡ ଗର୍ତ୍ତ ମଧ୍ୟକୁ କାରଟି ଖସି ପଡିବାରୁ ୭ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା ।

ଖବର ପାଇ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଁଚିଥିଲେ । ଗାଡିଟି ଗଭୀର ଗର୍ତ୍ତରେ ପଡିଥିବାରୁ ଉଦ୍ଧାରକାର୍ଯ୍ୟ ବିଳମ୍ବିତ ହୋଇଥିଲା । ତେବେ ପୋଲିସ ବାହିନୀ ମୃତଦେହକୁ ଉଦ୍ଧାର କରି ପୋଷ୍ଟମଟର୍ମ ପାଇଁ ପଠାଇଥିଲେ ।  ମୃତକଙ୍କ ମଧ୍ୟରେ ଜଣେ ଶିଶୁ ଥିବା ମଧ୍ୟ ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.