ତପ୍ତପାଣି ଘାଟିରେ ଦୁର୍ଘଟଣା : ଗଛରେ ପିଟି ହୋଇଗଲା କାର୍, ୩ ଗୁରୁତର

Published By : Prameya-News7 Bureau | November 12, 2021 IST

ସାନଖେମୁଣ୍ଡି, ୧୨।୧୧ : ତପ୍ତପାଣି ଘାଟିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍ । ଦୁର୍ଘଟଣାରେ ୩ ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି ।

{"id":542434,"sizeSlug":"full","linkDestination":"none"}

ସୂଚନାନୁସାରେ,  କିଛି ବ୍ୟକ୍ତି କାରରେ ବ୍ରହ୍ମପୁରରୁ ଉଦୟଗିରି ଯାଉଥିଲେ । ହେଲେ ପାଟପୁର ଥାନା ତପ୍ତପାଣି ଘାଟି ମୃଗ ବିହାର ନିକଟରେ ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିଲା । କାରଟି ଭାରସାମ୍ୟ ହରାଇ ଗଛରେ ପିଟି ହୋଇଯାଇଥିଲା । ଡ୍ରାଇଭରଙ୍କ ଆଖି ଲାଗିଯିବାରୁ ଏହି ଅଘଟଣା ଘଟିଥିବା କୁହାଯାଉଛି । ଏଥିରେ ୩ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଦିଗପହଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପାଟପୁର ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି ।

{"id":542437,"sizeSlug":"full","linkDestination":"none"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.