ଭାରସାମ୍ୟ ହରାଇ କେନାଲକୁ ଓଲଟି ପଡ଼ିଲା କାର , ଦୁଇ ଜଣ ଗୁରୁତର
1/03/2020 at 8:44 AM

ପାଟଣା ୦୧।୦୩ : ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲିଟ ପଡିଲା କାର୍ । କେନ୍ଦୁଝର ଜିଲ୍ଲା ପାଟଣା ରାସ୍ତା ଶରଧାପୁର ନିକଟରେ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ଦୁଇ ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନାଯୋଗ୍ୟ ଯେ, ଶନିବାର ବିଳମ୍ବିତ ରାତିରେ ପାଟଣାରୁ କେନ୍ଦୁଝର ଯାଉଥିଲା ଏକ କାର୍ । ତେବେ କେନ୍ଦୁଝର ରାସ୍ତା ଶରଧାପୁର ନିକଟରେ ଥିବା କେନାଲ ଭିତରକୁ ଓଲଟି ପଡିଥିଲା କାର୍ । କେନାଲ ଭିତରକୁ ଭାରସାମ୍ୟ ହରାଇ ଓଲଟିବା ଦ୍ବାରା କାର୍ ଡ୍ରାଇଭର ଓ ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି ।

ଗୁରୁତର ଅବସ୍ଥାରେ ଉଭୟଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଖବର ପାଇ ତୁରୁମୁଙ୍ଗା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ଦୁର୍ଘଟଣାଗ୍ରସ୍ତ କାର୍କୁ ଜବତ କରି ତଦନ୍ତ ଜାରି ରଖିଛି ପୋଲିସ ।
Related Posts
ଟ୍ରକକୁ ପଛ ପଟୁ ପିଟିଲା ୧୦୮ ଆମ୍ବୁଲାନ୍ସ, ୩ ଆହତ
5 February 2023