ତାଳଦଣ୍ଡା କେନାଲକୁ ଖସିଲା କାର୍, ଉଦ୍ଧାର କାର୍ଯ୍ୟ ଜାରି
29/05/2023 at 1:47 PM

କଟକ ୨୯।୦୫ : ତାଳଦଣ୍ଡା କେନାଲକୁ ଖସିଲା କାର୍ । କଟକ ଅନ୍ଦରପୁର ନିକଟରେ ଏହି କାର୍ଟି ଦୁର୍ଘଟଣା ଘଟିଥିବା ସୂଚନା । ଘଟଣାସ୍ଥଳରେ ଏବେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ଖବର ଅନୁଯାୟୀ, ସୋମବାର ଅପରାହ୍ନ ସମୟରେ ଏକ କାର୍ଟି ଭାରସାମ୍ୟ ହରାଇ କଟକ ଅନ୍ଦରପୁର ନିକଟରେ ତାଳଦଣ୍ଡା କେନାଲ ଭିତରକୁ ଖସିପଡିଥିଲା । ଯାହାଫଳରେ କି କାର୍ ଭିତରେ ଥିବା ଦୁଇ ଜଣ କେନାଲ ଭିତରେ ଫସି ରହିଥିବା ସୂଚନା । ତେବେ ଏହି ଦୁର୍ଘଟଣା ପରେ ତୁରନ୍ତ ସ୍ଥାନୀୟଲୋକଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ ଜାରି ରଖାଯାଇଛି ।
ସେପଟେ କାର୍ ଓ ଦୁର୍ଘଟଣାରେ ଶିକାର ହୋଇଥିବା ବ୍ୟକ୍ତି ବିଷୟରେ ସବିଶେଷ ସୂଚନା ମିଳିନାହିଁ । ଉଦ୍ଧାର କାର୍ଯ୍ୟ ପରେ ଦୁର୍ଘଟଣା ସଂପର୍କ ସଠିକ୍ ସୂଚନା ମିଳିପାରିବ ବୋଲି ଆଶା କରାଯାଉଛି ।
You Can Read :
Related Posts
ମା’ଙ୍କ ମୃଣ୍ମୟ ପ୍ରତିମା ଲାଗି ମାଟି ଶୁଭ ଅନୁକୂଳ, ସୁନିଆଁ ଅବସରରେ ସ୍ୱତନ୍ତ୍ର ନୀତି
26 September 2023
ରେଳ ଲାଇନ୍ରେ ଖସିଲା ମାଟି ଅତଡା, ୩ ଦିନ ହେଲା ରେଳ ଚଳାଚଳ ବାଧାପ୍ରାପ୍ତ
26 September 2023