ଶବ ସତ୍କାର ସାରି ଫେରୁଥିଲେ, ଗଛରେ ପିଟିହେଲା କାର୍ : ଜୀବନ ହାରିଲେ ଶିକ୍ଷୟତ୍ରୀ

Published By : Prameya-News7 Bureau | August 28, 2021 IST

ପାଟଣା,୨୮/୦୮: ଭାରସାମ୍ୟ ହରାଇ ଗଛରେ ପିଟି ହେଲା କାର୍ । ଘଟଣାସ୍ଥଳରେ ହିଁ ଜୀବନ ହାରିଲେ ଶିକ୍ଷୟତ୍ରୀ । ଏହାସହ ଅନ୍ୟ ୨ ଗୁରୁତର ହୋଇଥିବା ଜଣାପଡିଛି ।କେନ୍ଦୁଝର ପାଟଣା ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି ।

ସୂଚନା ଅନୁସାରେ,  ଏକ କାରରେ ୨ ଜଣ ଶିକ୍ଷୟତ୍ରୀ ପୁରୀରୁ ଚମ୍ପୁଆ ଏକ ମୃତଦେହ ସତ୍କାର ସାରି ଫେରୁଥିଲେ । ତେବେ ଉଖୁଣ୍ଡା-ଚମ୍ପୁଆ ରାସ୍ତାର  ବାରିଆ ନିକଟରେ ଦୁର୍ଘଟଣା ଘଟିଥିଲା ।  ସେମାନଙ୍କ କାର୍ ଏକ ଗଛରେ ପିଟି ହୋଇଯାଇଥିଲା  । ଫଳରେ ଘଟଣାସ୍ଥଳରେ ହିଁ ଜଣେ ଶିକ୍ଷୟତ୍ରୀ ପ୍ରାଣ ହରାଇଥିଲେ । ଗୁରୁତର ଅନ୍ୟ ଜଣେ ଶିକ୍ଷୟତ୍ରୀ ଓ କାର୍ ଡ୍ରାଇଭରଙ୍କୁ ଭଣ୍ଡା ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ମୃତ ଶିକ୍ଷୟତ୍ରୀ ମାନସୀ ପ୍ରଧାନ ବୋଲି ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.