ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ମହିଳା ଉଦ୍ୟୋଗୀଙ୍କ ପାଇଁ ହେବ ଶିଳ୍ପ ପାର୍କ, ମେକ୍‌ ଇନ୍‌ ଓଡିଶା କନ୍‌କ୍ଲେଭ୍‌ରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
  • ||
  • ଭୁବନେଶ୍ୱର: ଇଡିରେ ହାଜର ହେଲେ ଶିବ ପ୍ରସାଦ, ଅର୍ଚ୍ଚନାଙ୍କ ସହ ଟଙ୍କା କାରବାର ନେଇ ଦ୍ୱିତୀୟ ଥର ହାଜିରା
  • ||
  • କୋଣାର୍କ: ଦର୍ଶକଙ୍କ ମନ ମୋହୁଛି ମହୋତ୍ସବ, ଦ୍ୱିତୀୟ ସଂଧ୍ୟାରେ ଦର୍ଶକଙ୍କୁ ଆକର୍ଷିତ କଲା ମଣିପୁରୀ ନୃତ୍ୟ
  • ||
  • ଉମରକୋଟ : ଗଛକୁ ପିଟିଲା କାର୍‌ , ତିନି ମୃତ, ଦୁଇ ଗୁରୁତର
  • ||

ଗଛରେ ପିଟିହେଲା କାର, ଚାଲିଗଲା ଗୋଟିଏ ପରିବାରର ୪ ଜୀବନ

24/05/2022 at 8:27 AM

ନୂଆଦିଲ୍ଲୀ ୨୪/୦୫:  ଭୟଙ୍କର କାର ଦୁର୍ଘଟଣା । ଚାଲିଗଲା ଗୋଟିଏ ପରିବାରର ୪ ଜୀବନ । ଏପରି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ଚେନ୍ନାଇର ଆରିୟାଲୁର ଅଞ୍ଚଳରେ । ତେବେ ମୃତକଙ୍କ ମଧ୍ୟରେ ଜଣେ ୭ ବର୍ଷର ଶିଶୁ କନ୍ୟା ଥିବା ମଧ୍ୟ ଜଣାପଡିଛି ।

ମୃତକମାନେ ହେଲେ ଏନ ମଞ୍ଜୁଳା, ଏନ କାର୍ତ୍ତିକେୟନ, ଲକ୍ଷ୍ମୀ ପ୍ରିୟା ଓ ହସିନୀ । ସମସ୍ତେ ଚେନ୍ନାଇ ଆନ୍ନା ନଗରର ପୁନୀ କଲୋନିରେ ରହୁଥିଲେ । ସେମାନେ ସୋମବାର ସନ୍ଧ୍ୟାରେ କୌଣସି କାମରେ ଏକ କାରରେ ଥଞ୍ଜାଭୁର ଯାଇଥିଲେ । ସେଠାରୁ ଫେରିବା ବେଳେ ଆରିୟାଲୁର ଜିଲ୍ଲାରେ କାରଟି ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇ ଯାଇଥିଲା ।

ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, କାର୍ତ୍ତିକେୟନ, ମଞ୍ଜୁଳା ଓ ଲକ୍ଷ୍ମୀପ୍ରିୟା ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲେ । ତେବେ ଗୁରୁତର ଥିବା ଦୁଇ ଶିଶୁ ମିତ୍ର ଓ ହସିନୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ହସ୍ପିଟାଲରେ ହସିନୀଙ୍କ ମୃତ୍ୟୁ ହୋଇଯାଇଥିଲା । ଘଟଣାକୁ ନେଇ କିଝାପଲୁର ପୋଲିସ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଛି ।

   Related Posts