ଯାଞ୍ଚ ବେଳେ କାର୍ ଅଟକାଇଲେ ନାହିଁ ଅମାନିଆ ଚାଳକ, ଦେଖନ୍ତୁ କେମିତି ASIଙ୍କୁ ଘୋଷାଡି ନେଲେ

Published By : Prameya-News7 Bureau | May 02, 2020 IST

ଜଳନ୍ଧର୨।୫: କରୋନା ଭାଇରସ୍ ଯୋଗୁଁ ଦେଶବ୍ୟାପୀ ଲକ୍ ଡାଉନ୍ ବଳବତ୍ତର ରହିଛି । ଏହି ସମୟରେ ଗାଡିମଟର ଯାତାୟତ ଉପରେ କଟକଣା ଲଗାଯାଇଛି । ମାତ୍ର କିଛି ଅମାନିଆ ଗାଡି ଚାଳକ ଏହାକୁ ଖାତିର କରୁନାହାନ୍ତି । ପଞ୍ଜାବ ଜଳନ୍ଧରରେ ଏକ ହାଇସ୍ପିଡ୍ କାରକୁ ଅଟକାଇବା ବେଳେ ଗାଡି ଚାଳକ ଗାଡିଟି ନ ଅଟକାଇ ଜଣେ ପୋଲିସ କର୍ମଚାରୀଙ୍କୁ କିଛି ଦୂର ଘୋଷାଡି ନେଇଥିବା ଦେଖିବାକୁ ମିଳିଛି ।

ପୋଲିସର ସୂଚନା ଅନୁସାରେ, ଶୁକ୍ରବାର ଦିନ ଲକ୍ ଡାଉନ୍ ବେଳେ ଜଳନ୍ଧରରେ ଏକ ଚେକ୍ ପୋଷ୍ଟରେ ଅଟକିବାକୁ ପୋଲିସ ପକ୍ଷରୁ ଏକ କାରକୁ ସଙ୍କେତ ଦିଆଯାଇଥିଲା । କିନ୍ତୁ ଅମାନିଆ କାର୍ ଚାଳକ ଜଣଙ୍କ ଗାଡିଟି ଅଟକାଇନଥିଲେ । ଫଳରେ ପୋଲିସ ଏଏସଆଇ ମୁଲକ ରାଜ କାର୍ କୁ ପିଛା କରିବାକୁ ଲାଗିଥିଲେ ।

ଏହି ସମୟରେ ଗାଡି ଚାଳକ ଏହା ଦେଖି ମଧ୍ୟ କାର୍ ଟି ଅଟକାଇ ନଥିଲେ । ଫଳରେ ପୋଲିସ କର୍ମଚାରୀ ଜଣଙ୍କ କିଛି ଦୂର ଘୋଷାଡି ହୋଇ ଯାଇଥିଲେ । କାର୍ ବୋନେଟ୍ ଉପରେ ତାଙ୍କ ହାତ ପଡିଯାଇଥିବାରୁ, ସେ ଗୁରୁତର ଆହତ ହୋଇନାହାଁନ୍ତି । ବର୍ତ୍ତମାନ ପୁରା ମାମଲାର ତଦନ୍ତ ଚାଲିଛି ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.