ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • WPLକୁ ମିଳିଲା ପ୍ରଥମ ଚାମ୍ପିଅନ, ଦିଲ୍ଲୀକୁ ୭ ଓ୍ଵିକେଟ୍‌ରେ ହରାଇ ମୁମ୍ବାଇ ଇଣ୍ଡିଆନ୍ସ ଓମେନ ଚାମ୍ପିଅନ
  • ||
  • କାଲିମେଳାରେ ମର୍ମନ୍ତୁଦ ଦୁର୍ଘଟଣା, କାର-ବାଇକ ଧକ୍କା, ୨ ମୃତ
  • ||
  • ସଲମାନ ଖାନ୍ଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତ ଗିରଫ: ମୁମ୍ବାଇ ଓ ରାଜସ୍ଥାନ ପୁଲିସ ମିଳିତ ଚଢ଼ାଉ କରି ଅଭିଯୁକ୍ତ ଧାକଡ଼ ରାମ ବିଷ୍ଣୋଇ(୨୧)କୁ ଗିରଫ କଲା
  • ||
  • ଆଇବିଏ ୱାର୍ଲ୍ଡ ବକ୍ସିଂ ଚାମ୍ପିୟନସିପ୍ ୨୦୨୩: ଭାରତକୁ ୪ ସ୍ୱର୍ଣ୍ଣ, ଲଭଲୀନା ବି ଜିତିଲେ ଗୋଲ୍ଡ, ପୂର୍ବରୁ ସ୍ୱର୍ଣ୍ଣ ଜିତିଥିଲେ ନିଖତ, ନିତୁ, ସ୍ୱିଟି
  • ||
  • ରବିବାର ବିଶ୍ୱ ବକ୍ସିଂ ଚାମ୍ପିୟନ୍‌ସିପ୍‌ରେ ୫୦ କେଜି ମହିଳା ବର୍ଗରେ ପୁଣି ଥରେ ସ୍ୱର୍ଣ୍ଣ ପଦକ ଜିତିଲେ ଭାରତର ଷ୍ଟାର୍ ବକ୍ସର ନିଖତ ଜରିନ
  • ||
  • ରବିବାର ସ୍ୱିଜରଲାଣ୍ଡର ବାସିଲ୍‌ରେ ଖେଳାଯାଉଥିବା ସ୍ୱିସ୍ ଓପନ ୨୦୨୩ର ପୁରୁଷ ଯୁଗଳରେ ଫାଇନାଲ୍‌ରେ ଚୀନକୁ ହରାଇ ଟାଇଟଲ ଜିତିଲେ ଭାରତର ସାତ୍ତ୍ୱିକ ଓ ଚିରାଗଙ୍କ ଯୋଡ଼ୀ
  • ||
  • ଗଞ୍ଜାମ: ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କପି ବିଜେପି ନେତା ଗିରଫ
  • ||
  • ପୁରୁଷୋତ୍ତମପୁର: ରାଜନୈତିକ ଶତୃତାରୁ ଗୁଳିକାଣ୍ଡ; ଗୁରୁତର ଯୁବକ ମେଡିକାଲ୍‌ରେ ଭର୍ତ୍ତି
  • ||
  • ବୁଲେଟପ୍ରୁଫ୍‌ କଣ୍ଟେନରରେ ରାଲିରେ ପହଞ୍ଚି ସମ୍ବୋଧନ କଲେ ଇମରାନ୍‌, ଆତଙ୍କୀ ଆକ୍ରମଣ ନେଇ ରହିଥିଲା ଚେତାବନୀ
  • ||
  • ଇସ୍ରୋକୁ ବଡ଼ ସଫଳତା, ସଫଳତାପୂର୍ବକ ଲଞ୍ଚ କଲା ଓ୍ବାନଓ୍ବେବର ୩୬ ଉପଗ୍ରହ
  • ||

ଦିଲ୍ଲୀ ପରେ ଏବେ ୟୁପି: ଯମୁନା ଏକ୍ସପ୍ରେସଓ୍ବେରେ ବ୍ୟକ୍ତିଙ୍କୁ ୧୦ କିମି ଘୋଷାଡ଼ି ନେଲା କାର୍‌

7/02/2023 at 4:10 PM

ନୂଆଦିଲ୍ଲୀ, ୦୭/୦୨: ପୁଣି ସେହି ହୃଦୟବିଦାରକ ଘଟଣା। ସାମ୍ନାକୁ ଆସିଲା ହିଟ୍ ଆଣ୍ଡ୍‌ ଡ୍ରାଗ୍‌ର ଆଉ ଏକ ଘଟଣା। ଧକ୍କା ଦେବା ପରେ ବ୍ୟକ୍ତିଙ୍କୁ ଘୋଷାଡ଼ି ନେଲା କାର୍। ଏଭଳି ଘଟଣା ଘଟିଛି ଉତ୍ତରପ୍ରଦେଶ ଯମୁନା ଏକ୍ସପ୍ରେସଓ୍ବେରେ। ଏଠାରେ ଏକ କାର୍‌ ଜଣେ ବ୍ୟକ୍ତିଙ୍କୁ ଘୋଷାଡ଼ି ଘୋଷାଡ଼ି ନେଇଥିଲା। ତାହାବି ପୁଣି ୧୦ କିମି। ଫଳରେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ସେପଟେ ପୋଲିସ୍‌ ଏହି ମାମଲାରେ କାର୍‌ ଚାଳକଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି।

ସୂଚନା ଅନୁଯାୟୀ, କାର୍‌କୁ ଦିଲ୍ଲୀର ବିରେନ୍ଦ୍ର ସିଂହ ନାମକ ଜଣେ ଯୁବକ ଚଳାଉଥିଲେ। ବିରେନ୍ଦ୍ର ଆଗ୍ରାରୁ ନୋଏଡା ଆସୁଥିଲେ। ତେବେ ମଥୁରା ନିକଟରେ ଏକ ଟୋଲ୍‌ ଗେଟ୍‌ଠାରେ ଜଣେ ସୁରକ୍ଷାକର୍ମୀଙ୍କ ନଜର କାର୍‌ରେ ଲାଖିରହିଥିବା ବ୍ୟକ୍ତିଙ୍କ ଉପରେ ପଡ଼ିଥିଲା। ସେତେବେଳକୁ ବ୍ୟକ୍ତିଙ୍କ ଖଣ୍ଡବିଖଣ୍ଡିତ ଶରୀର ଝୁଲି ରହିଥିଲା କାର୍‌ରେ। ଯାହାପରେ ପୋଲିସ୍‌କୁ ଖବର ଦିଆଯାଇଥିଲା। ପୋଲିସ୍‌ ବିରେନ୍ଦ୍ରଙ୍କୁ ଅଟକ ରଖିଛି।

‘‘ଅଧିକ କୁହୁଡ଼ି କାରଣରୁ ଦୁର୍ଘଟଣା ହୋଇଥିବା ବ୍ୟକ୍ତି କିପରି ଫସିରହିଥିଲେ ତାହା ସେ ଜଣାପାରିନଥିବା ବୋଲି ବିରେନ୍ଦ୍ର କହିଥିବା ନେଇ ସୂଚନା ଦେଇଛନ୍ତି ପୋଲିସ୍‌ ସୁପରିଟେଣ୍ଡେଣ୍ଟ। ତେବେ ବିରେନ୍ଦ୍ର ସିଂହଙ୍କୁ ଅଧିକ ପଚରା ଉଚରା କରାଯାଉଛି। ସିସିଟିଭି ଭିଡିଓ କ୍ୟାମେରା ସ୍କାନ୍ କରାଯାଉଛି। ଆଖ ପାଖ ଅଞ୍ଚଳରେ ବ୍ୟକ୍ତିଙ୍କ ପରିଚୟ ଜାଣିବା ପାଇଁ ଚେଷ୍ଟା କରାଯାଉଛି। ଅଧିକ ସୂଚନା ପାଇଁ ପୋଲିସ ତଦନ୍ତ କରୁଥିବା ନେଇ କହିଛି ପୋଲିସ୍‌।

ଏହି ଘଟଣା ପୁଣି ଥରେ ଦିଲ୍ଳୀ କାଞ୍ଝାଓ୍ବାଲା ଘଟଣାକୁ ମନେପକାଇଛି। କାଞ୍ଝାଓ୍ବାଲାରେ ୧ ଜାନୁଆରୀରେ ଘଟିଥିବା ଘଟଣା ସାରା ଦେଶକୁ ଚକିତ କରିଥିଲା। ଯେଉଁଠାରେ ଅଞ୍ଜଳି ନାମକ ଜଣେ ୨୦ ବର୍ଷୀୟ ଯୁବତୀଙ୍କୁ ସ୍କୁଟିରେ ଯାଉଥିବା ସମୟରେ ଏକ ଗାଡ଼ି ଧକ୍କା ଦେଇଥିଲା ଏବଂ ତାଙ୍କୁ ଘୋଷାଡ଼ି ଘୋଷାଡ଼ି ନେଇଯାଇଥିଲା। ଯେଉଁଥିରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣାରେ କାର୍‌ରେ ଥିବା ୫ଜଣଙ୍କ ସହ ସମୁଦାୟ ସାତ ଜଣକୁ ଗିରଫ କରାଯାଇଥିଲା।

   Related Posts