ଆସନ୍ତାକାଲି ଠାରୁ ଆରମ୍ଭ ହୋଇପାରେ ରଥ ନିର୍ମାଣ କାର୍ଯ୍ୟ, କ'ଣ ରହିଛି ପୂରା ପ୍ରସ୍ତୁତି ଜାଣନ୍ତୁ

Published By : Prameya-News7 Bureau | May 04, 2020 IST

ପୁରୀ୪/୫: ରଥ ନିର୍ମାଣ କାମ ଆରମ୍ଭ କରିବାକୁ ଶ୍ରୀମନ୍ଦିର ପରିଚାଳନା କମିଟିର ସୁପାରିଶ କରିବ । ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ସୁପାରିଶ ପାଇଁ ନିଷ୍ପତ୍ତି ନିଆଯାଇଛି । ପୁରୀ ଗ୍ରୀନ୍ ଜୋନରେ ରହିଛି, ଶ୍ରମ ଭିତ୍ତିକ କାର୍ଯ୍ୟ ପାଇଁ ମିଳିଛି ଅନୁମତି ମିଳିଛି । ଯେହେତୁ ରଥ ନିର୍ମାଣ ଏକ ନିର୍ମାଣ ଭିତ୍ତିକ କାର୍ଯ୍ୟ ତେଣୁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ଲାଗି ପରିଚାଳନା କମିଟି ରାଜ୍ୟ ସରକାରଙ୍କୁ ସୁପାରିଶ ପାଇଁ ନିଷ୍ପତ୍ତି ହୋଇଛି । ତେବେ ଏନେଇ ରାଜ୍ୟ ସରକାର ବିଧିବଦ୍ଧ ଭାବେ ନିଷ୍ପତ୍ତି ନେବେ ।  ଆଜି ଭିଡିଓ କନଫରେନସିଂ ଜରିଆରେ ପରିଚାଳନା କମିଟି ବୈଠକ ବସିଥିଲା । ଭୁବନେଶ୍ବରରେ ଗଜପତି ମହାରାଜ ଦିବ୍ୟସିଂହ ଦେବ , ପରିଚାଳନା କମିଟି କାର୍ଯ୍ୟକାରୀ ଅଧ୍ୟକ୍ଷ ତଥା ଉନ୍ନୟନ କମିଶନର ସୁରେଶ ମହାପାତ୍ର , ପରିଚାଳନା କମିଟି ସଦସ୍ୟ ରଘୁନାଥ ମହାପାତ୍ର, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ରହିଥିଲେ । ସେପଟେ ପୁରୀରେ ଜିଲ୍ଲାପାଳ ବଲୱନ୍ତ ସିଂହ, ଏସ୍.ପି ଉମାଶଙ୍କର ଦାଶ ଏବଂ ପରିଚାଳନା କମିଟିର ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ । ରଥଯାତ୍ରା ବାବଦରେ ଏଥିରେ ସବିଶେଷ ଆଲୋଚନା ହୋଇଥିଲା । ତେବେ ରଥଯାତ୍ରା  ପାଇଁ ଏବେ ସମୟ ଥିବାରୁ ଏନେଇ ନିଷ୍ପତ୍ତି ସରକାର ନେବେ । ଏବେ କେବଳ ରଥ ନିର୍ମାଣ କାର୍ଯ୍ୟକୁ ଅନୁମତି ଦେବା ଲାଗି ରାଜ୍ୟ ସରକାରଙ୍କୁ ସୁପାରିଶ କରିବାକୁ  ନିଷ୍ପତ୍ତି ନିଆଯାଇଥିବା ଗଜପତି ମହାରାଜ କହିଛନ୍ତି।   ।

ରାଜ୍ୟ ସରକାର ଯଦି ପରିଚାଳନା କମିଟିର ସୁପାରିଶକୁ ଗ୍ରହଣ କରୁଛନ୍ତି ତେବେ ଆସନ୍ତାକାଲିଠାରୁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇପାରେ।  ଏନେଇ ସେବାୟତମାନେ ଆଶା ପ୍ରକାଶ କରିଛନ୍ତି। ରଥନିର୍ମାଣ କାର୍ଯ୍ୟ ଅକ୍ଷୟ ତୃତୀୟ ଠାରୁ ଆରମ୍ଭ ହେବାର ଥିଲା। କିନ୍ତୁ ଲକଡାଉନ କଟକଣା ପାଇଁ ଏହାକୁ ବନ୍ଦ କରାଯାଇଥିଲା।  ଏବେ ଜୋନ ଭିତ୍ତିକ ନିଷ୍ପତ୍ତି ନିଆଯାଉଥିବାରୁ ରଥ ନିର୍ମାଣ କାର୍ଯ୍ୟ ତୁରନ୍ତ ଆରମ୍ଭ କରିବା ଉପରେ ସେବାୟତମାନେ ଜୋର ଦେଉଛନ୍ତି।

ସେପଟେ ୩ ରଥର ୩ ମୁଖ୍ୟ ବିଶ୍ବକର୍ମାଙ୍କ ସହିତ ନୀତି ପ୍ରଶାସକଙ୍କ ଆଲୋଚନା ହୋଇଛି । ରଥ ନିର୍ମାଣ ପାଇଁ ଅନୁମତି ମିଳିଲେ ଆସନ୍ତା କାଲି ରଥ ନିର୍ମାଣ ଆରମ୍ଭ କରିବାକୁ  ବିଶ୍ବକର୍ମା ସେବାୟତମାନେ ପ୍ରସ୍ତୁତ ଥିବା କହିଛନ୍ତି।   ନନ୍ଦିଘୋଷ ରଥର ମୁଖ୍ୟ ମହାରଣା ବିଜୟ  ମହାପାତ୍ର ଓ  ଭୋଇ ସର୍ଦ୍ଦାର ରବି ଭୋଇ କହିଛନ୍ତି ଯେତେଶୀଘ୍ର ଅନୁମତି ମିଳିବ ସେତେ ଶୀଘ୍ର କାର୍ଯ୍ୟ ଆରମ୍ଭ ହୋଇପାରିବ । ଆସନ୍ତା ୬ରେ ନୃସିଂହ ଚତୁର୍ଦ୍ଦଶୀରେ ହେବ କୋଣଗୁଜ ନୀତିସଂପନ୍ନ ହେବ।  ସମସ୍ତ ନୀତିକାନ୍ତି ସହ ଆରମ୍ଭ ହେବ ରଥ ନିର୍ମାଣ କାର୍ଯ୍ୟ। ଏଥିପାଇଁ ପ୍ରଶସ୍ତ ରଥଖଳା କରାଯିବ। ଏବଂ ସାମାଜିକ ଦୂରତା ରଖି ମହାରଣା ସେବାୟତମାନେ ରଥ ନିର୍ମାଣ କାର୍ଯ୍ୟରେ ଲାଗିପାରିବେ ବୋଲି କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.