ମୃତ୍ୟୁର ଭୟଙ୍କର ଦୃଶ୍ୟ : ଚାଲିଚାଲି ଯାଉଥିବା ଯୁବକଙ୍କୁ ଧକ୍କା ଦେଲା କାର୍, ଘଟଣାସ୍ଥଳରେ ଯୁବକଙ୍କ ମୃତ୍ୟୁ

Published By : Prameya-News7 Bureau | June 08, 2020 IST

ଗାଜିଆବାଦ ୦୮/୦୬ : ଦିଲ୍ଲୀ ଏନସିଆର ପ୍ରମୁଖ ଗାଜିଆବାଦ ଏକ ଭୟଙ୍କର ଦୁର୍ଘଟଣା ଘଟିଛି | ଚାଲି ଚାଲି ଯାଉଥିବା ଜଣେ ବ୍ୟକ୍ତିକୁ ଏକ କାର ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ହିଁ ଯୁବକଙ୍କ ମୃତ୍ୟୁ ହୋଇଛି | ଘଟଣା ପରେ ଆଖପାଖ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଥିଲା | ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି | ଏହାସହ ମାମଲାର ତଦନ୍ତ ଆରମ୍ଭ କରିଛି | ଏହି ଘଟଣା ସିସିଟିଭିରେ କଏଦ ହୋଇଛି |

wp:html
/wp:html

ସୂଚନା ନୌଜୟୀ, ଘଟଣା ଗାଜିଆବାଦ ଲୋନୀ ଥାନା ଅନ୍ତର୍ଗତ ସିରୋଲି ଅଞ୍ଚଳରେ ରବିବାର ଦିନ ସନ୍ଧ୍ୟାରେ ଘଟିଛି | ଜଣେ ଯୁବକ ଚାଲି ଚାଲି ଯାଉଥିଲେ | ଠିକ ସେତିକିବେଳେ ଏକ କାର ଦ୍ରୁତ ଗତି ରେ ଆସି ତାଙ୍କୁ ଧକ୍କା ଦେଇଥିଲା | ଘଟଣାସ୍ଥଳରେ ହିଁ ଯୁବକଙ୍କ ମୃତ୍ୟୁ ହୋଇଥିଲା | ମୃତକ ଜଣକ ହେଲେ ବିଜେନ୍ଦ୍ର | କାର ଯୁବକଙ୍କୁ ଧକ୍କା ମାରି ଘଟଣାସ୍ଥଳରୁ ଫେରାର ହୋଇଯାଇଛି | ପୋଲିସ ଏପର୍ଯ୍ୟନ୍ତ ଅଭିଯୁକ୍ତ ଧରିବାରେ ସକ୍ଷମ ହୋଇନାହିଁ | ପୁରା ଦୁର୍ଘଟଣା ସିସିଟିଭିରେ କଏଦ ହୋଇଛି |  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.