scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ରାସ୍ତା ଉପରେ ଜଳିଗଲା କାର; ଅଳ୍ପକେ ବର୍ତ୍ତିଗଲେ ଦୁଇ ଭାଇ

28/09/2018 at 9:32 AM

ଭଦ୍ରକ ୨୮/୯ : ଅଧ ରାତିରେ, ଅଧା ବାଟରେ ଜଳିଗଲା କାର। ରାଜପଥରେ ସୌଭାଗ୍ୟ କ୍ରମେ ବର୍ତ୍ତିଗଲେ କାରରେ ଥିବା ଦୁଇ ଭାଇ। ସୂଚନା ଅନୁଯାୟୀ ସୋରୋ ଅଞ୍ଚଳର ଦୁଇ ଭାଇ ମମତାଜ ଖାନ୍ ଏବଂ ସାନ ଭାଇ ଜୁମନ ଖାନ୍ ବ୍ୟକ୍ତିଗତ କାର୍ଯ୍ୟରେ ଆନନ୍ଦପୁର ଯାଇଥିଲେ। ସେଠାରୁ ଫେରିବା ବେଳକୁ ବନ୍ତ ବ୍ଲକ ଗଣିଜାଙ୍ଗ ପଞ୍ଚାୟତ ଅନ୍ତର୍ଗତ କାଶିପୁର ଛକ ନିକଟରେ ତାଙ୍କ କାର ଇଞ୍ଜିନ ରୁ ହଠାତ ଧୁଆଁ ବାହାରିଲା। ଏହା ଦେଖି ଦୁଇ ଭାଇ କାର ମଧ୍ୟରୁ ଓହ୍ଲାଇ ପଡିଲେ। ପରେ ଦେଖୁ ଦେଖୁ ଇଞ୍ଜିନ ରେ ନିଆଁ ଲାଗି ଯାଇଥିଲା। ଏନେଇ ସୂଚନା ପାଇ ଘଟଣା ସ୍ଥଳରେ ଭଦ୍ରକ ଅଗ୍ନିଶମ ସେବା ବାହିନୀ ପହଞ୍ଚି ନିଆଁ କୁ ଆୟତ କରିଥିଲେ। ହେଲେ ସେତେବେଳକୁ କାର ଟି ସମ୍ପୂର୍ଣ୍ଣ ପୋଡି ନଷ୍ଟ ହୋଇ ଯାଇଥିଲା। ତେବେ ଏହି ଆନନ୍ଦପୁର ଭଦ୍ରକ ଚାନ୍ଦବାଲି ରାଜ୍ୟ ରାଜପଥରେ ଥିବା ଏକ ହମ୍ପସ ରେ ପିଟି ହୋଇ ଏଭଳି ଅଘଟଣ ଘଟିଲା ବୋଲି ଗାଡି ମାଲିକ ମମତାଜ ଖାନ୍ କହିଥିବା ସୂଚନା ମିଳିଛି। ଖବର ପାଇ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।

   Related Posts