ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଯାଜପୁର: ଶୌଚ ହେବାକୁ ଯାଇ ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ମାଲକାନଗିରିରେ କମ୍ୱିଂ ବେଳେ ପୋଲିସକୁ ସଫଳତା, ମାଓ କ୍ୟାମ୍ପ ଠାବ
  • ||

କାର୍‌ରେ ଲାଗିଲା ଭୟଙ୍କର ନିଆଁ, ଜୀଅନ୍ତା ଜଳିଗଲେ ଦମ୍ପତ୍ତି

2/02/2023 at 5:46 PM

ନୂଆଦିଲ୍ଲୀ, ୦୨/୦୨: କାର୍‌ରେ ଲାଗିଲା ନିଆଁ। ଜୀବନ୍ତ ଦଗ୍ଧ ହୋଇଗଲେ ଦମ୍ପତ୍ତି। ଏଭଳି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି କେରଳ କନ୍ନୁର ଜିଲ୍ଲା ହସ୍ପିଟାଲ ନିକଟରେ। ପୋଲିସ୍‌ର ସୂଚନା ଅନୁଯାୟୀ, ଗୁରୁବାର ଛଅ ଜଣ ବ୍ୟକ୍ତି କାର୍‌ ଯାତ୍ରା କରୁଥିବାବେଳେ ହଠାତ୍ ନିଆଁ ଲାଗିଯାଇଥିଲା।

ତେବେ ନିଆଁ ଲାଗିବା ପରେ ସେମାନଙ୍କ ମଧ୍ୟରୁ ୨ ଶିଶୁଙ୍କ ସହ ପଛରେ ବସିଥିବା ୪ ଜଣ କାର୍‌ରୁ ବାହାରିବା ପାଇଁ ସକ୍ଷମ ହୋଇଥିଲେ। କିନ୍ତୁ ଆଗରେ ବସିଥିବା ଦମ୍ପତ୍ତି ଗାଡ଼ିରୁ ବାହାରି ପାରିନଥିଲେ। ଫଳରେ ସେମାନେ କାର୍‌ ସହ ଜଳିଯାଇଥିଲେ। ସେପଟେ ରକ୍ଷା ପାଇଯାଇଥିବା ୪ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେମାନେ କ୍ଷତାକ୍ତ ହୋଇନାହାଁନ୍ତି ଏବଂ ସମସ୍ତଙ୍କୁ ଚିକିତ୍ସା କରାଯାଉଥିବା ନେଇ କହିଛନ୍ତି କନ୍ନୁର ସିଟି ପୋଲିସ୍‌ କମିଶନର ଅଜିତ୍‌ କୁମାର।

ପୋଲିସ୍‌ କମିଶନର କହିଛନ୍ତି ଦମ୍ପତ୍ତି କାର୍‌ରେ ନିଆଁ ଲାଗିବା କାରଣରୁ ସାମ୍ନା ଡୋର୍‌ ଖୋଲିନଥିଲା। ଫଳରେ ସେମାନେ ବାହାରିପାରିନଥିଲେ। ଆଉ କାର୍‌ ଭିତରେ ଫସି ରହି ଜୀବନ୍ତ ଜଳିଯାଇଥିଲେ। ଦୁଇ ମୃତକ ଏବଂ ଅନ୍ୟମାନେ ହସ୍ପିଟାଲକୁ ଚିକିତ୍ସା ପାଇଁ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା ବୋଲି କହିଛନ୍ତି କମିଶନର।

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, କାର୍‌ରେ ଆଖିପିଛୁଳାକେ ନିଆଁ ଲାଗିଯାଇଥିଲା। ସେମାନେ ମଧ୍ୟ ଦମ୍ପତ୍ତିଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ କିନ୍ତୁ ଫ୍ରଣ୍ଟ ଡୋର୍‌ ନଖୋଲିବା କାରଣରୁ ଦମ୍ପତ୍ତିଙ୍କୁ ବଞ୍ଚାଇପାରିନଥିଲେ। ଏହା ସହ ତେଲ ଟାଙ୍କି ଫାଟିବା ଭୟ ମଧ୍ୟ ରହିଥିଲା ଫଳରେ ସେମାନେ କିଛି କରିପାରିନଥିଲେ। ତେବେ କେଉଁ କାରଣରୁ ଏଭଳି ଭୟଙ୍କର ନିଆଁ ଲାଗିଥିଲା ତାହା ସାଇଣ୍ଟିଫିକ୍ ତଦନ୍ତ ପରେ ହିଁ ଜଣାପଡ଼ିବ ବୋଲି କହିଛି ପୋଲିସ୍‌।ମହିଳା ଜଣକ ଗର୍ଭବତୀ ଥିବା ନେଇ ମଧ୍ୟ କୁହାଯାଉଛି।  

   Related Posts