ଆସନ୍ତା ବର୍ଷରୁ କାର୍‌ କିଣିବା ହେବ ମହଙ୍ଗା, ଦାମ୍‌ ବଢ଼ାଇବାକୁ ପ୍ରସ୍ତୁତ କମ୍ପାନି

Published By : Prameya-News7 Bureau | November 29, 2023 IST

ନୂଆଦିଲ୍ଲୀ: ନୂଆବର୍ଷରେ ବଢ଼ିବ ନୂଆ କାର୍ ମୂଲ୍ୟ। କାରଣ ୨୦୨୪ରେ ଅନେକ କାର୍‌ କମ୍ପାନି କାର୍‌ ଦାମ୍ ବଢ଼ାଇବାକୁ ଯାଉଛନ୍ତି। ଅର୍ଥାତ ଆପଣଙ୍କୁ  ନୂଆ କାର୍‌ ପାଇଁ ବଜେଟ୍‌ ବଢ଼ାଇବାକୁ ପଡ଼ିବ। ମାରୁତି ସୁଜୁକୀ, ଟାଟା ଭଳି ଲୋକପ୍ରିୟ କମ୍ପାନି କାର୍‌ ଦାମ୍ ବୃଦ୍ଧି ନେଇ ଘୋଷଣା କରିଛନ୍ତି। ତେବେ, ନିର୍ମାଣ ପାଇଁ ଲାଗୁଥିବା ଶୁଳ୍କ ବୃଦ୍ଧି କାରଣରୁ ଦାମ୍‌ ବଢ଼ାଯାଉଥିବା ନେଇ କୁହାଯାଉଛି।

ଜର୍ମାନ ଲଗଜରୀ ବ୍ରାଣ୍ଡ ଅଡି ମଧ୍ୟ ୨ ପ୍ରତିଶତ ବୃଦ୍ଧି ନେଇ ଘୋଷଣା କରିଛି। ଏହାର ସବୁ ମଡେଲରେ ୨ ପ୍ରତିଶତ ​ହେବ। ​‌ସେହିଭଳି ଟାଟା, ମହିନ୍ଦ୍ରା, ମାରୁତି ସୁଜୁକୀ ମଧ୍ୟ ବିଭିନ୍ନ କାର୍‌ ମଡେଲ ଉପରେ ଦାମ୍‌ ବୃଦ୍ଧି କରିବା ନେଇ ଘୋଷଣା କରିଛନ୍ତି।

ଆହୁରି ପଢ଼ନ୍ତୁ: ୧ ଡିସେମ୍ବରରୁ ସିମ୍‌ କାର୍ଡ ବିକ୍ରି ଓ କିଣା ନେଇ ବଦଳିଯିବ ନିୟମ, ଲାଗିବ ଜରିମନା, ଜାଣନ୍ତୁ ବିସ୍ତୃତ

ମାରୁତି ସୁଜୁକିର ବରିଷ୍ଠ କାର୍ଯ୍ୟନିର୍ବାହୀ ଅଧିକାରୀ (ମାର୍କେଟିଙ୍ଗ ଏବଂ ସେଲ୍ସ) ଶଶାଙ୍କ ଶ୍ରୀବାସ୍ତଙ୍କ କହିବା ଅନୁଯାୟୀ, ନିର୍ମାଣ ସରଞ୍ଜାମର ଦାମ୍‌ରେ ପରିବର୍ତ୍ତନ ହେଉଛି। ଲୁହା ଦାମ୍ ଜୁଲାଇରୁ ବଢ଼ୁଛି ଏବଂ ଏବେ ଅଧିକ ମହଙ୍ଗା ହୋଇଛି। ଏହି ସବୁ କାରଣରୁ ଉତ୍ପାଦନ ଶୁଳ୍କରେ ବୃଦ୍ଧି ହୋଇଛି। ଆଉ ଏହି କାରଣରୁ ଦାମ୍‌ ବଢ଼ାଇବାକୁ ନିଷ୍ପତ୍ତି ହୋଇଛି। ଏହା ପୂର୍ବରୁ ମଧ୍ୟ ମାରୁତି ଚଳିତ ବର୍ଷ ଏପ୍ରିଲରେ କାର୍‌ ଦାମ୍‌ରେ ୦.୮ ପ୍ରତିଶତ ବୃଦ୍ଧି କରିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.