scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବିସ୍ଫୋରଣରେ ଥରିଲା ସୋମାଲିଆ, ଆତ୍ମଘାତୀ କାର୍‌ ବୋମା ବିସ୍ଫୋରଣରେ ୨୦ ମୃତ

24/09/2023 at 4:50 PM

ନୂଆଦିଲ୍ଲୀ: ପୁଣି ଏକ ଭୟଙ୍କର ବିସ୍ଫୋରଣରେ ଥରିଉଠିଛି ସୋମାଲିଆ । ରବିବାର ବେଲେଡଭେନ ସହରରେ ଏକ ଆତ୍ମଘାତୀ କାର୍‌ ବୋମା ବିସ୍ଫୋରଣରେ ପ୍ରାୟ ୨୦ ଜଣକ ମୃତ୍ୟୁ ହୋଇଛି। ଏଥିରେ ଅଧିକାଂଶ ସାଧାରଣ ନାଗରିକ ଥିଲେ।

​‌ବେଲେଡଭେୟନେ ଜିଲ୍ଲା ଆୟୁକ୍ତ ଉମର ଅଲାସୋଙ୍କ ଅନୁଯାୟୀ, ଗୋଟିଏ ବଜାର ଏବଂ ଦୁଇଟି ପେଟ୍ରୋଲ ଷ୍ଟେସନକୁ ଟାର୍ଗେଟ କରାଯାଇ ଏହି ଆକ୍ରମଣ କରାଯାଇଛି। ଫଳରେ ବଡ଼ ଆକାରରେ ଧ୍ବଂସ ହୋଇଛି। ରିପୋର୍ଟ ଅନୁଯାୟୀ, ଆତ୍ମଘାତୀ ବୋମା ବିସ୍ଫୋରଣରେ ପୀଡ଼ିତଙ୍କ ସାହାଯ୍ୟ ପାଇଁ ସୁରକ୍ଷା ବଳ ଏବଂ ଚିକିତ୍ସା ଦଳ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି।

ଆହୁରି ପଢ଼ନ୍ତୁ: ଅଲ-ଶବାବ ଉଗ୍ରବାଦୀ ଆକ୍ରମଣରେ ପ୍ରାଣ ହରାଇଥିଲେ ୫୪ ୟୁଗାଣ୍ଡା ସୈନିକ: ସୋମଲିଆ ଦେଲା ରିପୋର୍ଟ

ଅଲାସୋ କହିଛନ୍ତି, ଏବେବି ବିସ୍ଫୋରଣ ସହ ଜଡ଼ିତ ତଥ୍ୟ ଏକାଠି କରାଯାଉଚି। ମୃତାହତଙ୍କ ସଂଖ୍ୟା ମଧ୍ୟ ଅଧିକ ରହିଛି। ପୀଡ଼ିତଙ୍କୁ ସ୍ଥାନୀୟ ହସ୍ପିଟାଲ ନିଆଯାଉଛି। ଆବଶ୍ୟକ ପଡ଼ିଲେ ତେବେ ସେମାନଙ୍କୁ ଚିକିତ୍ସା ପାଇଁ ବାୟୁମାର୍ଗରେ ମୋଗାଦିଶୁ ନିଆଯିବ। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ବିସ୍ଫୋରଣ ଭୂମିକମ୍ପ ଭଳି ଥିଲା।

ତେବେ ଏପର୍ଯ୍ୟନ୍ତ କୌଣସି ସମୂହ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିନାହାଁନ୍ତି। କିନ୍ତୁ ଅଲା-ଶବାବ ଚରମପନ୍ଥୀ ସମୂହ ସାଧାରଣତଃ ମୋଗାଦିଶୁ ଏବଂ ସୋମାଲିଆରେ ଅନ୍ୟ ସ୍ଥାନରେ ଏଭଳି ଆକ୍ରମଣ କରିଆସୁଛି। ସୋମାଲିଆରେ ଅନେକଦିନରୁ ଆତ୍ମଘାତୀ ଆକ୍ରମଣ ସ୍ଥିତି ଲାଗି ରହିଛି ।

ଆହୁରି ପଢ଼ନ୍ତୁ: ପାକିସ୍ତାନରେ ଭୟଙ୍କର ବିସ୍ଫୋରଣ: ଗାଡ଼ି ସିଲିଣ୍ଡର ଫାଟି ୭ ମୃତ, ୧୪ ଗୁରୁତର

   Related Posts