suno sunao
Hari omm 2
hari om films
suno sunao new
HARI-OMM_728X90_B
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ, ଲାଞ୍ଚ ନେବାବେଳେ ମାଡ଼ି ବସିଲେ ଅଧିକାରୀ
  • ||
  • ନିଶ୍ଚିନ୍ତକୋଇଲି: ଜୁଏଲାରୀ ଦୋକାନରୁ ଚୋରି, ତାଲା ଭାଙ୍ଗି ଲୁଟିନେଲେ ୧୯ ଲକ୍ଷରୁ ଅଧିକ ସୁନା ଗହଣା
  • ||
  • ପୁରୀ: ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ନୀତି ବିଳମ୍ବ, ଦର୍ଶନ ନପାଇ ଭକ୍ତ ଅସନ୍ତୋଷ
  • ||

ବାଇକ୍‌କୁ ଧକ୍କା ଦେଲା କାର୍; ଶିକ୍ଷକ ମୃତ, ୨ ଗୁରୁତର

1/01/2023 at 5:27 PM

ସାନଖେମୁଣ୍ଡି ୦୧/୦୧: ରବିବାର ଅପରାହ୍ଣରେ ଦିଗପହଣ୍ଡି ଆସିକା ମୁଖ୍ୟ ରାସ୍ତା ଚୁଡୁଙ୍ଗପୁର ପାଖରେ କାର ଧକ୍କାରେ ଜଣେ ମୃତ ୨ ଆହତ। ମୃତକଙ୍କ ପରିଚୟ ଅରୁଣ ପ୍ରଧାନ। ସେ ଜଣେ ଶିକ୍ଷକ ଥିଲେ ବୋଲି ଜଣାପଡ଼ିଛି। ସେ ଉସ୍ତା ଜଗନ୍ନାଥପୁର ଗାଁର ବାସିନ୍ଦା। ତାଙ୍କ ଗାଁ ଉସ୍ତା ଜଗନ୍ନାଥପୁରରୁ ସେ ବାଇକରେ ଦିଗପହଣ୍ଡି ଆସୁଥିଲେ। ସେହି ସମୟରେ ବଡ଼ଜୋର୍‌ ଆସୁଥିବା ଏକ କାର୍‌ ପ୍ରଥମେ ରାସ୍ତା କଡ଼ରେ ଥିବା ଗଛକୁ ଧକ୍କା ଦେଇ କାଙ୍କ ବାଇକତୁ ଧକ୍କା ଦେଇଥିଲା।

ଯାହା ଫଳରେ ଅରୁଣ ପ୍ରଧାନ ତାଙ୍କ ଝିଅ ଓ ଭାଣୀଜି ରାସ୍ତା ଉପରେ କଚାଡି ପଡିଥିଲେ। ଆମ୍ବୁଲାନ୍ସରେ ଗୁରୁତର ତିନି  ଜଣଙ୍କୁ ଦିଗପହଣ୍ଡି ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଶିକ୍ଷକ ଅରୁଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ସେଠାରୁ ତାଙ୍କ ଝିଅ ଅଙ୍କିତା ଓ ଭାଣିଜୀ  ନିବେଦିତାଙ୍କୁ ଗୁରୁତର ଭାବେ ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଏନେଇ ଘଟଣାସ୍ଥଳରେ ଦିଗପହଣ୍ଡି ପୋଲିସର ପହଞ୍ଚି ତଦନ୍ତ ଅରମ୍ଭ କରିଛି।

   Related Posts