ଭୋଜି କରି ଫେରିବା ବେଳେ ଦୁର୍ଘଟଣା; ୨ ଗୁରୁତର
1/01/2023 at 11:28 PM

ପାଟଣା ୦୧/୦୧: ନୂଆ ବର୍ଷରେ ଭୋଜି କରି ଫେରିବା ସମୟରେ ଦୁର୍ଘଟଣା। ଭାରସାମ୍ୟ ହରାଇ କାର ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ୨ ଗୁରୁତର ଜଣେ ଆହତ। ଖବର ଅନୁସାରେ ପାରାଦ୍ବୀପରୁ କାର୍ରେ ୪ ଜଣ ଭୀମକୁଣ୍ଡକୁ ଭୋଜି କରିବାକୁ ଆସିଥିଲେ। ଫେରିବା ସମୟରେ କାର ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା କଲଭର୍ଟକୁ ଧକ୍କା ଦେଇ ଓଲଟି ପଡିଥିଲା।
ସ୍ଥାନୀୟ ଲୋକେ ସମସ୍ତଙ୍କୁ ଉଦ୍ଧାର କରି ପାଟଣା ଡାକ୍ତରଖାନାକୁ ନେଇଛନ୍ତିl ଗୁରୁତରଙ୍କ ପରିୟ ଚିନ୍ମୟୀ ସ୍ୱାଇଁ ଓ ସୁଚିସ୍ମିତା ସାମଲ। ଆହତଙ୍କ ପରିଚୟ ଜ୍ୟୋତି ରଞ୍ଜନ ନାଏକ। ପରେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନା ସ୍ଥାନନ୍ତର କରାଯାଇଛି।
Related Posts
ଅଜଣା ଗାଡି ଧକ୍କାରେ ତିନୋଟି ଭାଲୁ ମୃତ
5 February 2023
ପବିତ୍ର ମାଘ ପୂର୍ଣ୍ଣିମା, ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଗଜଉଦ୍ଧାରଣ ବେଶ
5 February 2023
ସିରିଜ୍ ଦୁର୍ଘଟଣା, ତିନୋଟି ବାଇକକୁ ପଛପଟୁ ପିଟିଲା ଟାଟା ଏସି
5 February 2023