ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହାୱଡ଼ା ଏକ୍ସପ୍ରେସ୍‌ରେ ଅଗ୍ନିକାଣ୍ଡ: କୋଲକାତା ଫେରୁଥିବା ବେଳେ ଏସି କୋଚ୍‌ରେ ଲାଗିଲା ନିଆଁ
  • ||
  • ଆନନ୍ଦପୁର : ବାଇକକୁ ପଛପଟୁ ପିଟିଲା କାର୍‌, ଦୁଗ୍ଧ ବିକ୍ରି କରିବାକୁ ବାହାରିଥିଲେ ରବିନ୍ଦ୍ର
  • ||
  • ଓସ୍କାର ବିଜେତା ଗାୟିକା ଆଇରିନ କାରାଙ୍କ ଦେହାନ୍ତ, ୬୩ ବର୍ଷରେ ଦୁନିଆକୁ କହିଲେ ଅଲବିଦା
  • ||
  • IND vs NZ : ବର୍ଷାରେ ଧୋଇଗଲା ମ୍ୟାଚ୍, ୨ ଦିନିକିଆ ବାତିଲ
  • ||

ଭାରସାମ୍ୟ ହରାଇ ୩୦ ଫୁଟ ତଳକୁ ଓଲଟିଲା କାର୍, ୪ ଗୁରୁତର

9/12/2020 at 5:40 PM

ଟାଙ୍ଗୀ ୯।୧୨: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ NH-16 ରେ ଭାରସାମ୍ୟ ହରାଇ ୩୦ ଫୁଟ ରାସ୍ତା ତଳକୁ ଏକ କାର୍‌ ଓଲଟିଛି।  ଭୁବନେଶ୍ୱର ରୁ  ବାଲୁଗାଁ ଅଭିମୁଖେ ଏକ ଅଲ୍ଟୋ କାର୍ ଯାଉଥିବା ବେଳେ ଦ୍ରୁତ ଗତି ଓ ଭାରସାମ୍ୟ ହରାଇ କାର୍ ଟି ରାସ୍ତା ତଳକୁ ଓଲଟି ପଡିଥିଲା। ଏହି ଦୁର୍ଘଟଣାରେ  ୪  ଗୁରୁତର ହୋଇଛନ୍ତି । ଟାଙ୍ଗୀ ପୋଲିସ୍ ଓ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଂଚି ଆହତ ମାନଙ୍କୁ ଉଦ୍ଧାର କରିଥିଲେ। ଗୁରୁତର ମାନଙ୍କୁ ପ୍ରଥମେ ଟାଙ୍ଗୀ ଓ ପରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିଲା। ଗୁରୁତର ମାନେ ହେଲେ ୯ ବର୍ଷର ଅର୍ପିତା ପ୍ରିୟ ଦର୍ଶନୀ, ୩ ବର୍ଷର ଆଶିଷ ଦାସ, ୩୦ ବର୍ଷର ଅର୍ପିତା ସୁଆର ଓ ୫୫ ଵର୍ଷୀୟ ଜ୍ୟୋତ୍ସ୍ନାରାଣୀ ଆଚାର୍ଯ୍ୟ। କାରରେ ଯାତ୍ରା କରୁଥିବା ସମସ୍ତେ ଗୋଟିଏ ପରିବାରର ସଦସ୍ୟ ବୋଲି ଜଣା ପଡିଛି ।

   Related Posts