ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହେଲା କାର୍‌, ୩ ଆହତ, ଜଣେ ଗୁରୁତର

Published By : Prameya-News7 Bureau | November 15, 2022 IST

ସୁନ୍ଦରଗଡ଼,୧୫/୧୧: ସୁନ୍ଦରଗଡ଼ ଜିଲ୍ଲା ଚାନ୍ଦିପୋଷ ଥାନା ବରଘାଟ ନିକଟରେ ଭାରସାମ୍ୟ ହରାଇ ଏକ କାର୍‌ ଡିଭାଇଡରରେ ପିଟିହୋଇ ଯାଇଥିବା ଜଣାପଡ଼ିିଛି । କାରରେ ବସିଥିବା ତିନି ଜଣ ଆହତ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ଗୁରୁତର ବ୍ୟକ୍ତିଙ୍କୁ ପ୍ରଥମେ ଲହୁଣୀ ପଡା ଡାକ୍ତରଖାନାରେ ଚିକିତ୍ସା କରାଯାଇଥିଲା ।

{"id":709599,"sizeSlug":"full","linkDestination":"none"}

ପରେ ତାଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପୁରୀରୁ ରାଉରକେଲା ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.