ନୂଆଦିଲ୍ଲୀ, ୧୮/୧୨: କାର୍ ଚାଳକ ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇବାରୁ ଏକ ବଡ଼ ଦୁର୍ଘଟଣା ଘଟିଛି । ୩ ଜଣ ଶିଶୁଙ୍କ ଉପରେ କାର୍ଟି ମାଡ଼ି ଯିବାରୁ ସେମାନେ ଗୁରୁତର ହୋଇଛନ୍ତି । ଏପରି ଏକ ଘଟଣା ରାଜଧାନୀ ଦିଲ୍ଲୀରେ ଦେଖିବାକୁ ମିଳିଛି । ଯାହାର ସିସିଟିଭି ଭିଡିଓ ମଧ୍ୟ ସାମ୍ନାକୁ ଆସିଛି ।
ମିଳିଥିବା ସୂଚନା ଅନୁସାରେ ଏହି ଘଟଣା ଉତ୍ତର ଦିଲ୍ଲୀର ଗୁଲାବି ବାଗ୍ ଅଞ୍ଚଳରେ ଥିବା ଏକ ସ୍କୁଲ୍ ନିକଟରେ ଆଜି ଘଟିଛି । ଦିଲ୍ଲୀର ପ୍ରତାପ ନଗରରେ ରହୁଥିବା ଗଜେନ୍ଦର (୩୦) ନାମକ ଜଣେ ବ୍ୟକ୍ତି ଦ୍ରୁତ ଗତିରେ କାର୍ ଚଳାଇ ଯାଉଥିବା ବେଳେ ଲିଲାୱତି ସ୍କୁଲ୍ ନିକଟରେ ନିୟନ୍ତ୍ରଣ ହରାଇଥିଲେ । ଫୁଟ୍ପାଥ୍ରେ ଛିଡ଼ା ହୋଇଥିବା ୩ ଜଣ ଶିଶୁଙ୍କ ଉପରେ ତାଙ୍କ କାର ମାଡ଼ି ଯାଇଥିଲା ।
ପିଟିଆଇର ସୂଚନା ମୁତାବକ ଏହି ଦୁର୍ଘଟଣା ସକାଳ ପାଖାପାଖି ୯ ସମୟରେ ଘଟିଛି । ଆଖପାଖ ଅଞ୍ଚଳରେ ଲାଗିଥିବା ସିସିଟିଭିରେ ଦୁର୍ଘଟଣାର ସମସ୍ତ ଦୃଶ୍ୟ ରେକର୍ଡ ହୋଇଛି । ଯାହାକି ଏବେ ଇଣ୍ଟରନେଟ୍ରେ ଭାଇରାଲ୍ ହେବାରେ ଲାଗିଛି । କାର୍ଟି ଶିଶୁ ମାନଙ୍କୁ ଧକ୍କା ଦେଇ ଖଣ୍ଡେ ଦୂରରେ ଯାଇ ରହୁଥିବା ଏଥିରେ ଦେଖିବାକୁ ମିଳିଛି । ସଙ୍ଗେସଙ୍ଗେ ଉପସ୍ଥିତ ଥିବା ଲୋକେ ଘଟଣାସ୍ଥଳରେ ଜମା ହେଇଯିବା ସହ ଚାଳକଙ୍କୁ ମାଡ଼ ମାରୁଥିବା ଦେଖିବାକୁ ମିଳିଛି ।
wp:html/wp:html#WATCH | Delhi: A speeding car hits three children in Gulabi Bagh area this morning, two children received minor injuries while the third is critical but stable and admitted to a hospital: Delhi Police
— ANI (@ANI) December 18, 2022
(Note: Graphic content, CCTV visuals) pic.twitter.com/1HAc4qyqGk
ତେବେ ପରେ ଚାଳକକୁ ପୋଲିସ୍ ଗିରଫ କରିଥିବା ଜଣାପଡ଼ିଛି । ଅନ୍ୟପଟେ ପୋଲିସ୍ ସୂଚନା ମୁତାବକ, ୧୦ ବର୍ଷର ଶିଶୁ ଏବଂ ୪ ବର୍ଷର ଶିଶୁ ଦୁହେଁ ଏବେ ବିପଦମୁକ୍ତ ଥିବା ବେଳେ ଅନ୍ୟଜଣେ ୬ ବର୍ଷର ଶିଶୁ ଗୁରୁତର ରହିଛନ୍ତି ।