scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବମିଖାଲରେ କାର୍‌ ଦୁର୍ଘଟଣା, ଡ୍ରାଇଭର ଗୁରୁତର

24/09/2023 at 10:09 AM

ବାରଙ୍ଗ ୨୪।୦୯ : ବମିଖାଲ ସନ୍ତୋଷୀ ମା ମନ୍ଦିର ସମ୍ମୁଖରେ ଦୁର୍ଘଟଣା । ଏହି ଦୁର୍ଘଟଣାରେ ଜଣେ ଚାଳକ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଥିବା ସୂଚନା ମିଳିଛି ।

ଖବର ଅନୁଯାୟୀ, ସନ୍ତୋଷୀ ମା ମନ୍ଦିର ସମ୍ମୁଖରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ।ରସୁଳଗଡ଼ ଛକରୁ କଳ୍ପନା ଅଭିମୁଖେ ଏକ ସ୍ୱିଫ୍ଟ କାର୍‌ ଯାଉଥିଲା । ଏହି ସମୟରେ କାର୍‌ଟି ଭାରସାମ୍ୟ ହରାଇ ଦୁର୍ଘଟଣାର ଶିକାର ହୋଇଥିଲା । ଏପିରିକି ଏହି ଦୁର୍ଘଟଣାରେ କାର୍‌ର ଛାତଟି ସଂପୂର୍ଣ୍ଣ ଭାଙ୍ଗି ଚୁର୍‌ମାର ହୋଇଯାଇଛି ।

ସେପଟେ ଦୁର୍ଘଟଣା ସଂପର୍କରେ ସୂଚନା ପାଇ ଲକ୍ଷ୍ମୀସାଗର ଥାନା ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏପିରିକି ଆହତ ବ୍ୟକ୍ତିଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ପ୍ରାଥମିକ ତଦନ୍ତରୁ ଡ୍ରାଇଭର ଜଣଙ୍କ ନିଶା ସେବନ କରିଥିବା ଅନୁମାନ କରାଯାଇଛି ।

   Related Posts