ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ମହିଳା ଉଦ୍ୟୋଗୀଙ୍କ ପାଇଁ ହେବ ଶିଳ୍ପ ପାର୍କ, ମେକ୍‌ ଇନ୍‌ ଓଡିଶା କନ୍‌କ୍ଲେଭ୍‌ରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
  • ||
  • ଭୁବନେଶ୍ୱର: ଇଡିରେ ହାଜର ହେଲେ ଶିବ ପ୍ରସାଦ, ଅର୍ଚ୍ଚନାଙ୍କ ସହ ଟଙ୍କା କାରବାର ନେଇ ଦ୍ୱିତୀୟ ଥର ହାଜିରା
  • ||
  • କୋଣାର୍କ: ଦର୍ଶକଙ୍କ ମନ ମୋହୁଛି ମହୋତ୍ସବ, ଦ୍ୱିତୀୟ ସଂଧ୍ୟାରେ ଦର୍ଶକଙ୍କୁ ଆକର୍ଷିତ କଲା ମଣିପୁରୀ ନୃତ୍ୟ
  • ||
  • ଉମରକୋଟ : ଗଛକୁ ପିଟିଲା କାର୍‌ , ତିନି ମୃତ, ଦୁଇ ଗୁରୁତର
  • ||

ଟିଉସନ୍‌ ଯିବା ପାଇଁ ଛକରେ ଛିଡ଼ା ହୋଇଥିଲେ ୩ ଛାତ୍ର, ଦ୍ରୁତଗତିରେ ଆସି ପିଟିଲା କାର୍‌, ତାପରେ…

7/10/2021 at 9:17 PM

ବାଲିଅନ୍ତା, ୦୭/୧୦: ଭୁବନେଶ୍ଵର-ପୁରୀ ଜାତୀୟ ରାଜପଥ କୃପାଜଳ ଇଂଜିନିୟରିଂ କଲେଜ ସମ୍ମୁଖରେ ତିନିଜଣ ଛାତ୍ରଙ୍କୁ ପିଟିଲା କାର୍ । କାରଟି ଦୁର୍ଘଟଣା ଘଟାଇବା ପରେ ରାସ୍ତାରେ ଥିବା ଅନ୍ୟ ଏକ କାରକୁ ମଧ୍ୟ ଧକ୍କା ଦେଇଥିବା ଜଣାପଡ଼ିଛି । ଦୁର୍ଘଟଣାରେ ତିନି ଜଣ ଛାତ୍ର ଗୁରୁତର ହୋଇଛନ୍ତି । ସେମାନଙ୍କୁ କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗୁରୁତର ତିନି ଛାତ୍ର ହେଉଛନ୍ତି ସ୍ଥାନୀୟ ଯୁବା ଶାସନର ସୌମ୍ୟ ବେହେରା, ସତ୍ୟମ୍ ଦାସ ଏବଂ କାହ୍ନା ମଲ୍ଲୀକ ।

ଦୁର୍ଘଟଣା ଘଟାଇଥିବା କାର୍ ମଧ୍ୟରେ ଥିବା ଜଣେ ମହିଳା ଗୁରୁତର ହୋଇ କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଆଜି ସଂଧ୍ୟାରେ ଏହି ତିନି ଛାତ୍ର ସାଇକେଲ ଯୋଗେ ଟିଉସନ୍ ଯିବା ପାଇଁ ପୁବା ଶାସନ ଛକରେ ଠିଆ ହୋଇଥିଲେ । ଏହି ସମୟରେ ପୁରୀରୁ ଭୁବନେଶ୍ଵର ଅଭିମୁଖେ ଆସୁଥିବା ଏକ କାର୍ ଭାରସାମ୍ୟ ହରାଇ ତିନି ଛାତ୍ରଙ୍କୁ ଧକ୍କା ଦେଇଥିଲା । ଏଥିରେ ତିନି ଛାତ୍ର ଗୁରୁତର ହୋଇଛନ୍ତି । କାରଟି ଛାତ୍ରଙ୍କୁ ଧକ୍କା ଦେବା ପରେ ରାସ୍ତାରେ ଥିବା ଏକ କାରକୁ ଧକ୍କା ଦେଇଥିଲା ।

ଦୁର୍ଘଟଣା ଘଟାଇଥିବା କାର୍ ମଧ୍ୟରେ ଥିବା ଜଣେ ମହିଳା ମଧ୍ୟ ଗୁରୁତର ହୋଇଛନ୍ତି । ଦୁର୍ଘଟଣା ଘଟାଇଥିବା ଚାଳକକୁ ପିପିଲି ପୋଲିସ୍ ଅଟକ ରଖିଛି । ଦୁର୍ଘଟଣା ପରେ ସ୍ଥାନୀୟ ଅଂଚଳରେ ଉତ୍ତେଜନା ପ୍ରକାଶ ପାଇଛି । ସ୍ଥାନୀୟ ଲୋକ ଭୁବନେଶ୍ଵର-ପୁରୀ ରାସ୍ତାକୁ ଟାୟାର୍ ଜାଳି ଅବରୋଧ କରିଛନ୍ତି । ପୋଲିସ୍ ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କରୁଛି ।

   Related Posts