ଚଳନ୍ତା କାର୍‌ରେ ଶାଶୂ-ବହୂର କଳିରୁ ଦୁର୍ଘଟଣା, ରାସ୍ତାରେ ଓଲଟିପଡ଼ିଲା ମିନିଟ୍ରକ୍‌

Published By : Prameya-News7 Bureau | August 14, 2022 IST

ଆନନ୍ଦପୁର, ୧୪/୮: ଚଳନ୍ତା କାର୍‌ ଭିତରେ ଶାଶୂ-ବୋହୂ କଳିରୁ ଦୁର୍ଘଟଣା ଘିଟିଥିବା ଜଣାପଡ଼ିଛି । ହସ୍ପିଟାଲ୍‌ରୁ ନବଜାତ ଶିଶୂକନ୍ୟାକୁ ନେଇ ଘରକୁ ଫେରୁଥିବା ସମୟରେ ଚଳନ୍ତା କାର ଭିତରେ ଶାଶୂ-ବହୂଙ୍କ କଳି ଯୋଗୁଁ କାରଟି ଦୁର୍ଘଟଣା ଗ୍ରସ୍ତ ହୋଇଛି । ରାସ୍ତାରୁ ୧୦ଫୁଟ୍ ତଳକୁ ପାଣି ଜମିଥିବା ଏକ ଖାଲରେ ପଶିଯାଇଛି କାର୍ । ହେଲେ ଏଥିରେ କାହାର କୌଣିସି କ୍ଷତି ହୋଇନାହିଁ ।

ଏପରି ଘଟଣା ଏକ ଘଟଣା ଘଟିଛି ଆନନ୍ଦପୁର ଥାନା ଫକିରପୁର ବାଲୁଙ୍କେଶ୍ବର ଛକ ନିକଟରେ । ଦୁଡୁଗାଁର ଏକ ପରିବାର, ଆନନ୍ଦପୁର ଡାକ୍ତରଖାନାରେ ୨ ଦିନ ତଳେ ଜନ୍ମିତ ଶିଶୁ କନ୍ୟାକୁ ନେଇ ନିଜ ଘରକୁ କାର ଯୋଗେ ଯାଉଥିଲେ । ହଠାତ୍ ବାଲୁଙ୍କେଶ୍ବର ଛକ ନିକଟରେ ସାମ୍ନାରେ ଯାଉଥିବା ଏକ ଟାଟା ଏସିଇକୁ ପଛପଟୁ ଧକ୍କା ଦେବାରୁ ରାସ୍ତାରେ ଓଲଟି ପଡିଥିଲା ଟାଟା ଏସିଇ ଓ କାରଟି ରାସ୍ତା ତଳକୁ ଖାଲରେ ଥିବା ପାଣିଭିତରେ ପଶିଯାଇଥିଲା । କାରରେ ନବଜତ ଶିଶୁ କନ୍ୟାର ମା, ଜେଜେ ମା, ୪ ବର୍ଷର ଭାଇ ଥିବା ବେଳେ କାରଟିକୁ ବାପା ଚଲାଉଥିବା ଜଣା ପଡିଛି । କାର୍ ଭିତରେ ଥିବା ଶାଶୂ-ବହୂଙ୍କ କଳି ଯୋଗୁଁ ଗାଡି ଚଳାଉଥିବା ସ୍ବାମୀ ମାନସିକ ଭାରସାମ୍ୟ ହରାଇବାରୁ ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି । ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ କାରରୁ ସମସ୍ତଙ୍କୁ ଉଦ୍ଧାର କରିଛନ୍ତି । ତେବେ କାରର ସମସ୍ତ ଯାତ୍ରୀ ସୁରକ୍ଷିତ ଥିବାରୁ ଘରକୁ ପଳାଇଥିବା ଜଣାପଡିଛି । ଖବରପାଇ ପୋଲିସ୍ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.