scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଦୁର୍ଘଟଣାଗ୍ରସ୍ତ କାର୍ ଭିତରେ ଥିଲେ ପୂର୍ବତନ ମନ୍ତ୍ରୀ ଅମର ପ୍ରଧାନଙ୍କ ପୁଅ ଅଙ୍କୁର ଓ ତାଙ୍କ ସାଙ୍ଗ ଗୌତମ, ଏବେବି ମିଳିନି ତୃତୀୟ ମୃତକଙ୍କ ପରିଚୟ

17/10/2020 at 1:29 PM

କଟକ ୧୭।୧୦: କଟକ ପ୍ରତାପନଗରୀ ନିକଟରେ ଭାରସାମ୍ୟ ହରାଇ କେନାଲକୁ କାର୍ ଖସିଯିବାରୁ ୩ ଜଣଙ୍କ ମୃତ୍ୟୁ ହୋଇଥିଲା । ୨ ମୃତକଙ୍କ ପରିଚୟ ମିଳିଛି । ମୃତକ ହେଲେ ପୂର୍ବତନ ମନ୍ତ୍ରୀ ଅମର ପ୍ରଧାନଙ୍କ ପୁଅ ଅଙ୍କୁର ପ୍ରଧାନ । ଅନ୍ୟ ଜଣେ ତେଲେଙ୍ଗାପେଣ୍ଠ ଅଞ୍ଚଳର ଗୌତମ ଦାସ । ତେବେ ତୃତୀୟ ବ୍ୟକ୍ତିଙ୍କ ପରିଚୟ ମିଳିପାରିନାହିଁ ।

ସୂଚନାଯୋଗ୍ୟ ଯେ, ଶୁକ୍ରବାର ବିଳମ୍ବିତ ରାତିରେ କଟକ ପ୍ରତାପନଗରୀ ନିକଟରେ ଭାରସାମ୍ୟ ହରାଇ କେନାଲ ଭିତରକୁ ଖସିପଡିଥିଲା କାର୍‌ । କାର୍‌ ଭିତରେ ଥିବା ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ପରେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ସେଠାରେ ସେମାନଙ୍କୁ ମୃତ୍ୟୁ ଘୋଷଣା କରିଥିଲା ।

କାର୍‌ରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୩ ଜଣଙ୍କ ମୃତ୍ୟୁ ହୋଇଥିଲା । ମୃତକଙ୍କ ମଧ୍ୟରେ ଡ୍ରାଇଭର ମଧ୍ୟ ରହିଥିବା ଜଣାପଡିଥିଲା । ଦୁର୍ଘଟଣାଗ୍ରସ୍ତ କାରଟି ଜଗତପୁର ଅଞ୍ଚଳର ବୋଲି ସୂଚନା ରହିଛି ।

   Related Posts