ନାଲକୋ ଛକରେ ଦୁଇ କାର୍ ମୁହାଁମୁହିଁ ଧକ୍କା, ଚୁରମାର୍ ହେଲା ଗାଡି

Published By : Prameya-News7 Bureau | February 23, 2024 IST

ବାରଙ୍ଗ ୨୩/୦୨: ନାଲକୋ ଛକରେ ପୁଣି ଦୁର୍ଘଟଣା । ଦୁଇ ଏସୟୁଭି ମୁହାଁମୁହିଁ ଧକ୍କା । ଜୋରଦାର ଧକ୍କାରେ ଚୁରମାର୍ ହେଲା ଦୁଇ କାର୍ । ଦୁର୍ଘଟଣାରେ କେହି ଆହତ ହୋଇ ନଥିବା ବେଳେ ଘଟଣା ସ୍ଥଳରେ ମୈତ୍ରୀ ବିହାର ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି । ତେବେ ମଦ୍ୟପାନ କରି ଡ୍ରାଇଭିଂ ଯୋଗୁଁ ଏହି ଦୁର୍ଘଟଣା ଘଟିଥିଟିବା କୁହାଯାଉଛି । ସେପଟେ ଚେକିଂ ବେଳେ ଦୁର୍ଘଟଣାଗ୍ରସ୍ତ ଗାଡ଼ିରୁ ମଦ ଚୋରେଇ ନେଉଥିବା ଯୁବକ ଧରାପଡି ଥାନାରେ ଅଟକ ଅଛନ୍ତି।

ସୂଚନା ଥାଉକି, ଗୁରୁବାର ବିଳମ୍ବିତ ରାତି ନାଲକୋ ଛକରେ ପୁଣି ପୁଣି ଦୁଇଟି ଏସୟୁଭି କାର୍ ମୁହାମୁହିଁ ହୋଇଛି । ଜୟଦେବ ବିହାରରୁ ଡମଣା ଛକ ଯାଉଥିବା ସେଲ୍ଟସ୍ କାର୍‌କୁ ପ୍ରେସ୍ ଛକ ପଟୁ ଦ୍ରୁତ ଗତିରେ ଆସି ଗୋଟିଏ କ୍ରେଟା କାର୍ ନାଲକୋ ଛକରେ ଜୋରଦାର ଧକ୍କା ଦେଇଛି । ତେବେ ଦୁର୍ଘଟଣାରେ କେହି ଆହତ ହୋଇ ନାହାଁନ୍ତି ।

wp:embed {"url":"https://www.prameyanews7.com/tractor-ramped-over-two-cars-and-four-bikes/","type":"wp-embed","providerNameSlug":"prameya-news-7"}
https://www.prameyanews7.com/tractor-ramped-over-two-cars-and-four-bikes/
/wp:embed

ପାଟ୍ରୋଲିଂ କରୁଥିବା ମୈତ୍ରୀ ବିହାର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗାଡ଼ି ଯାଞ୍ଚ୍ କରିବା ଗାଡ଼ିରୁ ବି ବାହାରିଥିଲା ମଦ । ଆହୁର ବି ଭିଡ଼ର ସୁଯୋଗ ନେଇ ଜଣେ ବ୍ୟକ୍ତି ଦୁର୍ଘଟଣାଗ୍ରସ୍ତ ଗାଡ଼ିରୁ ମଦ ଚୋରେଇ ନେଉଥିବା ବେଳେ ଧରା ପଡିଛନ୍ତି । ଉଭୟ ଗାଡ଼ିକୁ ଜବତ କରିବା ସହ ମଦ ନେଇ ଯାଉଥିବା ଯୁବକଙ୍କୁ ମୈତ୍ରୀ ବିହାର ଥାନାକୁ ନେଇଛନ୍ତି ଥାନା ଅଧିକାରୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.