ମା’ ଝିଅଙ୍କ ଉପରେ ମାଡ଼ିଗଲା କାର୍; ମଦୁଆ ଡ୍ରାଇଭରକୁ ଛେଚିଲେ ଲୋକେ
30/03/2023 at 9:33 PM

କଟକ ୩୦/୦୩: କଟକ ସତୀଚୌରା ଛକରେ ମା, ଝିଅଙ୍କ ଉପରେ ମାଡ଼ିଗଲା କାର୍। ବସକୁ ଅପେକ୍ଷା କରିଥିବା ବେଳେ ମା ଝିଅଙ୍କୁ କାର ମଡ଼ାଇ ଦେଲା ମଦୁଆ ଯୁବକ। ମା, ଝିଅଙ୍କ ଉପରେ ଚଢ଼ିଯାଇ ନିକଟ ଦୋକାନକୁ ମଧ୍ୟ ମାଡ଼ିଗଲା କାର୍। କାର ଚଳାଉଥିବା ମଦ୍ୟପ ଯୁବକଙ୍କୁ ଛେଚି ପୋଲିସର ଜିମା ଦେଲେ ସ୍ଥାନୀୟ ଲୋକେ। ଦୁର୍ଘଟଣାରେ ଗୁରୁତର ମହିଳାଙ୍କୁ (ମା’) ସ୍ଥାନୀୟ ଘରୋଇ ମେଡ଼ିକାଲ୍ରେ ଭର୍ତ୍ତି କରାଯାଇଛି।