ବିଜେପି ସହ ମେଣ୍ଟ ହେଉ ହେଉ କଂଗ୍ରେସକୁ ଝଟକା, କ୍ୟାପଟେନ୍‌ଙ୍କ ପାର୍ଟିରେ ସାମିଲ୍ ହେଲେ ୨୨ କର୍ପୋରେଟର

Published By : Prameya-News7 Bureau | December 17, 2021 IST

ନୂଆଦିଲ୍ଲୀ ୧୭।୧୨: ଗୋଟିଏ ପଟେ ଦିଲ୍ଲୀରେ ଭାରତୀୟ ଜନତା ପାର୍ଟି(ବିଜେପି) ଓ ପଞ୍ଜାବ ଲୋକ କଂଗ୍ରେସ ମଧ୍ୟରେ ମେଣ୍ଟ ଘୋଷଣା ହୋଇଥିବା ବେଳେ ଅନ୍ୟପଟେ ପଞ୍ଜାବରେ କ୍ୟାପଟେନ୍ ଅମରିନ୍ଦର ସିଂହଙ୍କ ପାର୍ଟି କଂଗ୍ରେସକୁ ଜୋରଦାର ଝଟକା ଦେଇଛି। ପଟିଆଲାରେ ୨୨ କର୍ପୋରେଟର କଂଗ୍ରେସକୁ ଝଟକା ଦେଇ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ନୂତନ ଦଳରେ ସାମିଲ୍ ହୋଇଛନ୍ତି। କ୍ୟାପଟେନ୍ ଅମରିନ୍ଦର ଦିଲ୍ଲୀରେ ଥିବା ବେଳେ ତାଙ୍କ ଝିଅ  ବିବା ଜୟ ଇନ୍ଦର କୌର ସମସ୍ତ ୨୨ କର୍ପୋରେଟଙ୍କୁ ପାର୍ଟିରେ ସ୍ଵାଗତ କରିଛନ୍ତି। ରାଜନୈତିକ ବିଶ୍ଳେଷକଙ୍କ ଅନୁଯାୟୀ, କଂଗ୍ରେସରେ ନିଜକୁ ଅପମାନିତ ମନେ କରି ଦଳ ଛାଡିଥିବା କ୍ୟାପଟେନ୍ ଅମରିନ୍ଦର ସିଂହ ବିଧାନସଭା ନିର୍ବାଚନ ପୂର୍ବରୁ ନିଜର ପୁରୁଣା ପାର୍ଟି କଂଗ୍ରେସକୁ ବହୁତ କ୍ଷତି ପହଞ୍ଚାଇ ପାରନ୍ତି। କଂଗ୍ରେସରେ ଅସନ୍ତୁଷ୍ଟ ଥିବା ଅନେକ ନେତା କ୍ୟାପଟେନ୍‌ ସହିତ ଆସି ପାରନ୍ତି।

wp:html /wp:html

ଏହା ପୂର୍ବରୁ ଶୁକ୍ରବାର ବିଜେପି ଆଗାମୀ ପଞ୍ଜାବ ବିଧାନସଭା ନିର୍ବାଚନରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କ ପାର୍ଟି ପଞ୍ଜାବ ଲୋକ କଂଗ୍ରେସ ସହିତ ମେଣ୍ଟ ଘୋଷଣା କରି ସାରିଛି। ସିଂହଙ୍କ ଏହି ଘୋଷଣା ପୂର୍ବରୁ କେନ୍ଦ୍ରୀୟ ମନ୍ତ୍ରୀ ତଥା ପଞ୍ଜାବର ବିଜେପି ପ୍ରଭାରୀ ଥିବା ଗଜେନ୍ଦ୍ର  ସିଂହ ଶେଖାଓ୍ଵତ କ୍ୟାପଟେନ୍‌ଙ୍କ ବାସଭବନରେ ସାକ୍ଷାତ କରିଛନ୍ତି। ଏହା ପରେ ଦୁଇ ନେତା ମେଣ୍ଟ ନେଇ ଆନୁଷ୍ଠାନିକ ଘୋଷଣା କରିଛନ୍ତି।  ଶେଖାଓ୍ଵତ କହିଛନ୍ତି, ଆଜି ମୁଁ ଏହା ସ୍ପଷ୍ଟ କରିବାକୁ ଚାହୁଁଛି ଯେ ବିଜେପି ଓ ଅମରିନ୍ଦର ମିଶି ପଞ୍ଜାବ ନିର୍ବାଚନ ଲଢିବେ। ଖୁବ୍ ଶୀଘ୍ର ଆସନ ବଣ୍ଟନ ନେଇ ଘୋଷଣା କରାଯିବ ବୋଲି ସେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.