scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଅଧିନାୟକତ୍ଵ ପସନ୍ଦ ଓ ନାପସନ୍ଦରେ ଚାଲେ ନାହିଁ, ବାଦ୍ ପଡ଼ୁଥିବା ଖେଳାଳିଙ୍କୁ କାରଣ ବି ଜଣାଇଥାଉ: ରୋହିତ ଶର୍ମା

28/08/2023 at 6:53 PM

ନୂଆଦିଲ୍ଲୀ: ବିଶ୍ଵକପ୍ ୨୦୨୩ ପାଇଁ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ଏବଂ ଦଳ ପ୍ରବନ୍ଧକଙ୍କୁ ୧୮ ଜଣିଆ କୋର ଗ୍ରୁପରୁ ୩ ଜଣ ଖେଳାଳିଙ୍କୁ ବାଦ୍ ଦେବାର କୋଠର ନିଷ୍ପତ୍ତି ନେବାକୁ ପଡ଼ିବ। ଏପରିକି ୩ ଖେଳାଳିଙ୍କୁ ଜଣାଇବାକୁ ହେବ ଯେ, କାହିଁକି  ୩ ଜଣ ଦଳର ଅଂଶ ହୋଇ ପାରିଲେ ନାହିଁ। କାରଣ ଏମିତି ଘଟଣା ରୋହିତ ଶର୍ମାଙ୍କ କ୍ଷେତ୍ରରେ ଘଟି ସାରିଛି। ସେ ଯେତେବେଳେ ୨୩ ବର୍ଷ ବୟସର ଥିଲେ, ସେହି ସମୟରେ ତାଙ୍କୁ ଇତିହାସ ରଚିଥିବା ୨୦୧୧ ବିଶ୍ଵକପ୍ ବିଜେତା ଦଳରେ ସ୍ଥାନ ମିଳି ନ ଥିଲା। ଆଉ ତାଙ୍କୁ ବହୁତ ଦୁଃଖ ଲାଗିଥିଲା, ଯାହା ତାଙ୍କଠୁ ଭଲ କେହି ବୁଝି ପାରିବେ ନାହିଁ ବୋଲି ରୋହିତ ଶର୍ମା କହିଛନ୍ତି।  

ଅଧିକ ପଢନ୍ତୁ- ଏସିଆ କପ୍ ୨୦୨୩: ପିସିବି ନିମନ୍ତ୍ରଣ ସ୍ୱୀକାର କଲା ବିସିସିଆଇ, ରୋଜର ବିନ୍ନି ଓ ରାଜୀବ ଶୁକ୍ଳା ଯିବେ ପାକିସ୍ତାନ

ରୋହିତ ଶର୍ମା ବେଙ୍ଗାଲୁରୁରେ ଏସିଆ କପ୍ ୨୦୨୩ର ଶିବିର ସମୟରେ ପିଟିଆଇ ସହ ଆଲୋଚନା କରି କହିଛନ୍ତି, ସର୍ବଶ୍ରେଷ୍ଠ ଦଳ ଚୟନ କରିବା ସମୟରେ ଏମିତି କିଛି ଖେଳାଳି ରହିବେ ଯେଉଁମାନେ ବିଭିନ୍ନ କାରଣରୁ ଦଳରେ ସ୍ଥାନ ପାଇ ପାରନ୍ତି ନାହିଁ। ରାହୁଲ ଭାଇ ଓ ମୁଁ ଖେଳାଳିଙ୍କୁ ଏହା ବୁଝାଇବାକୁ ପୂରା ଉଦ୍ୟମ କରୁ ଯେ ସେମାନେ ଦଳରେ କାହିଁକି ନାହାନ୍ତି ? ଆମେ ପ୍ରତ୍ୟେକ ଖେଳାଳିଙ୍କ ଚୟନ ଓ ଚୂଡ଼ାନ୍ତ ଏକାଦଶ ଘୋଷଣା ପରେ ଖେଳାଳିଙ୍କ ସହ ଆଲୋଚନା କରୁ। ସାମ୍ନାସାମ୍ନି ବସି ଆଲୋଚନା କରୁ ଯେ, କାହିଁକି ଦଳରେ ଚୟନ କରାଗଲା ନାହିଁ।

Iske innings se jyada lambi toh iski press conference hai' - Fans react as  Rohit Sharma proposes WTC final to be staged not only in England after loss  to Australia - Sky247.net
sky247.net

୨୦୧୧ ବିଶ୍ଵକପ୍‌ ବିଷୟରେ ଉଲ୍ଲେଖ କରି ରୋହିତ କହିଛନ୍ତି, ବେଳେ ବେଳେ ମୁଁ ନିଜକୁ ସେହି ସ୍ଥାନରେ ରଖିବାକୁ ଚେଷ୍ଟା କରେ। ଯେତେବେଳେ ୨୦୧୧ରେ ମୋତେ ଚୟନ କରାଗଲା ନାହିଁ, ଏହା ମୋ ପାଇଁ ବହୁତ ହୃଦୟ ବିଦାରକ କ୍ଷଣ ଥିଲା। ମୋତେ ଲାଗିଲା ଆଉ କଣ ବାକି ରହିଲା, ଯଦି ବିଶ୍ଵକପ୍ ଦଳରେ ସ୍ଥାନ ମିଳୁନି। ଏହାକୁ ସ୍ଵୀକାର କରିବାରେ ମୋର କୁଣ୍ଠାବୋଧ ନାହିଁ ଯେ ତାଙ୍କର ଓ ଦ୍ରାବିଡ଼ଙ୍କ ନିଷ୍ପତ୍ତି ବି ଭୁଲ୍  ହୋଇପାରେ। ମୁଁ, କୋଚ୍ ଓ ଚୟନକର୍ତ୍ତା ପିଚ୍, ଦଳର ସଂଯୋଜନା, ବିପକ୍ଷ ଦଳର ଦୁର୍ବଳତା ଆଦି ସମସ୍ତ ଦିଗକୁ ଧ୍ୟାନରେ ରଖି ଦଳ ଚୟନ ସମୟରେ ଏକ ସର୍ବସମ୍ମତି ନିଷ୍ପତ୍ତି ନେଇଯାଉ। ଏହାର ସମ୍ଭାବନା ଅଧିକ ଥାଏ ଯେ, ଆମେ ସଂପୂର୍ଣ୍ଣ ଠିକ୍ ପ୍ରମାଣିତ ହୋଇ ପାରୁ ନ ହୋଇ ବି ପାରୁ।

ଅଧିକ ପଢନ୍ତୁ- ଏସିଆ କପ୍ ୨୦୨୩: ଭାରତ ଓ ପାକିସ୍ତାନ ସମେତ ସମସ୍ତ ୬ଟି ଦଳର ଖେଳାଳି ତାଲିକା ଘୋଷିତ, ଦେଖନ୍ତୁ ପୂରା ତାଲିକା

ରୋହିତ ଏହା ମଧ୍ୟ କହିଛନ୍ତି, ଦଳ ଚୟନ ସମୟରେ କିଛି ବ୍ୟକ୍ତି ହିଁ ନିର୍ଣ୍ଣୟ ନିଅନ୍ତି ଏବଂ ମନୁଷ୍ୟକୃତ ଭାବେ ଭୁଲ୍ କରିବାକୁ ବାଧ୍ୟ। ଆମର ନିଷ୍ପତ୍ତି ସର୍ବଦା ଠିକ୍ ହେବ ନାହିଁ। ଏମିତି ନାହିଁ ଯେ, ମୋତେ ସେ ବ୍ୟକ୍ତି ପସନ୍ଦ ନୁହେଁ, ତେଣୁ ତାଙ୍କୁ ଦଳରୁ ବାଦ୍ ଦିଆଗଲା। ଅଧିନାୟକତ୍ଵ ବ୍ୟକ୍ତିଗତ ପସନ୍ଦ ଏବଂ ନାପସନ୍ଦ ଉପରେ ଆଧାରିତ ନୁହେଁ। ଯଦି କେହି ବାଦ୍ ପଡ଼ୁଛନ୍ତି ତେବେ ଏହାର କାରଣ ମଧ୍ୟ ରହିଥାଏ।

   Related Posts