ଭାରତକୁ ବିଶ୍ଵ କପ୍ ଜିତାଇଥିବା ଅଧିନାୟକ କ୍ରିକେଟ୍‌ରୁ ନେଲେ ସନ୍ନ୍ୟାସ, ଏବେ ଏହି ଦେଶ ପାଇଁ ଖେଳିବେ

Published By : Prameya-News7 Bureau | August 13, 2021 IST

ନୂଆଦିଲ୍ଲୀ ୧୩।୦୮: ନିଜର ନେତୃତ୍ଵରେ ଭାରତକୁ ୨୦୧୨ରେ ୧୯ ବର୍ଷରୁ କମ ବିଶ୍ଵ କପ ଜିତାଇଥିବା ଦିଲ୍ଲୀର ବ୍ୟାଟସମ୍ୟାନ ଉନ୍ମୁକ୍ତ ଚାନ୍ଦ ଭାରତରେ କ୍ରିକେଟରୁ ସନ୍ନ୍ୟାସ ଘୋଷଣା କରିଛନ୍ତି। ଏଥିସହ ଆମେରିକା ପକ୍ଷରୁ କ୍ରିକେଟ୍ ଖେଳିବାକୁ ନିଷ୍ପତ୍ତି ନେଇଛନ୍ତି। ଉନ୍ମୁକ୍ତ ଚାନ୍ଦ ଘରୋଇ କ୍ରିକେଟରେ ଦିଲ୍ଲୀ ଓ ଉତ୍ତରାଖଣ୍ଡ ଦଳ ପାଇଁ ଖେଳି ସାରିଛନ୍ତି।

ଉନ୍ମୁକ୍ତ ଚାନ୍ଦ ଟ୍ଵିଟ୍ କରି ନିଜର ସନ୍ନ୍ୟାସ ଘୋଷଣା କରିଛନ୍ତି। କିନ୍ତୁ ସେ ଏହା ଲେଖି ନାହାନ୍ତି ଯେ, ସେ ଆମେରିକା ପକ୍ଷରୁ ଖେଳିବେ। ଉନ୍ମୁକ୍ତ ଲେଖିଛନ୍ତି, କ୍ରିକେଟ୍ ଏକ ସାର୍ବଜନୀନ ଖେଳ। ହୋଇପାରେ ଅର୍ଥ ବଦଳିଯିବ ମାତ୍ର ଉଦ୍ଦେଶ୍ୟ ଗୋଟିଏ ହିଁ ରହିବ। ସମସ୍ତଙ୍କ ଇଚ୍ଛା ଶୀର୍ଷସ୍ତରରେ ଖେଳିବା। ଏଥିସହ ମୋର ସମସ୍ତ ସମର୍ଥକ ଓ ପ୍ରଶଂସକଙ୍କୁ  ମୋର ଧନ୍ୟବାଦ ଯେଉଁମାନେ ମୋତେ ଭଲ ପାଇବା ଦେବା ସହ ହୃଦୟରେ ରଖିଛନ୍ତି। ମୁଁ ନିଜକୁ ଭାଗ୍ୟଶାଳୀ ମାନୁଛି ଯେ, ମୋ ପାଖରେ ଏମିତି ଲୋକ ଅଛନ୍ତି। ସମସ୍ତଙ୍କୁ ଧନ୍ୟବାଦ। ଆଗାମୀ ଅଧ୍ୟା ପାଇଁ ଆଗକୁ ବଢୁଛି।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.