ମ୍ୟାଚ୍ ହାରିବା ପରେ ସାମ୍ନାକୁ ଆସିଲା କ୍ୟାପଟେନ ରୋହିତଙ୍କ ରାଗ, କହିଲେ ପରାଜୟର ପ୍ରକୃତ କାରଣ
7/09/2022 at 10:34 AM

ମୁମ୍ୱାଇ ୦୭/୦୯: ଶ୍ରୀଲଙ୍କା ନିକଟରୁ ପରାଜୟ ପରେ ଏସିଆ କପ୍ରୁ ବାହାର ହେବାର ବାଟ ଦେଖିଛି ଟିମ୍ ଇଣ୍ଡିଆ । ତେବେ ମ୍ୟାଚ ପରାଜୟ ପରେ ଡିଫେଣ୍ଡିଂ ଚାମ୍ପିଅନ୍ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ପରାଜୟର ପୋଷ୍ଟ ମଟମ କରୁଛନ୍ତି । କେଁଠି ରହିଲା ତ୍ରୁଟି ତାର କାରଣ ଖୋଜୁଛନ୍ତି । ସେ ପ୍ରତିକ୍ରିୟାରେ କହିଛନ୍ତି ପରାଜୟର ଅସଲ କାରଣ । ସେ କହିଛନ୍ତି ତାଙ୍କ ଦଳ ୧୦ ରୁ ୧୫ ରନ୍ ପଛରେ ଥିଲା ।
ଗୋଟିଏ ବଲ ବାକି ରହି ଶ୍ରୀଲଙ୍କା ସ୍ମୁଖରେ ବିଜୟ ପାଇଁ ପାଇଁ ୧୭୪ ରନ୍ ଲକ୍ଷ୍ୟ ରଖିଥିଲା । ଭାରତ ପକ୍ଷରୁ (୪୧ ବଲରେ ୭୨ରନ୍) ବ୍ୟତୀତ କୌଣସି ବ୍ୟାଟ୍ସମ୍ୟାନ୍ ବଡ଼ ଇନିଂସ ଖେଳି ପାରିବେ ନାହିଁ । ମ୍ୟାଚ୍ ପରେ ରୋହିତ କହିଛନ୍ତି, ଆମକୁ ପ୍ରତି ଓଭର ପିଛା ୧୦ ରୁ ୧୫ ରନର ଆବଶ୍ୟକତା ରହିଛି । ପ୍ରତି ବ୍ୟାଟ୍ସମ୍ୟାନ୍ ଦାୟିତ୍ ପୂର୍ଣ୍ଣ ଭାବେ ଖେଳିବାକୁ ପଡିବ । ସଟ ଚୟନରେ ସତର୍କ ରହିବାକୁ ପଡିବ ।
ସେ କହିଛନ୍ତି, “ଏହି ଦଳ ଦୀର୍ଘ ସମୟ ଧରି ଭଲ ଖେଳୁଥିଲା। ଏହି ପରି ପରାଜୟରୁ ଆମେ ଏକ ଦଳ ନିହାତି ଭାବେ କିଛି ଶିଖିବା କଥା । ଶ୍ରୀଲଙ୍କାର ଅଧିନାୟକ ତଥା ‘ପ୍ଲେୟାର ଅଫ୍ ଦି ମ୍ୟାଚ୍’ ଦାସୁନ୍ ଶାନାକା କହିଛନ୍ତି, ଡ୍ରେସିଂ ରୁମ୍ ଉପରେ ଆତ୍ମବିଶ୍ୱାସ ବହୁତ ଥିଲା । ଦିଲଶାନ ଏବଂ ତେକଶାନା ଭଲ ବୋଲିଂ କରିଥିଲେ । ପ୍ରଥମ ମ୍ୟାଚ୍ ପରେ ସେ ନିଜ ଭୁଲରୁ ଏକ ଶିକ୍ଷା ଗ୍ରହଣ କରିଥିଲେ ଏବଂ ଖେଳିଲେ । “ପୃଥମ୍ ଏବଂ କୁସାଲ ଦଳକୁ ଏକ ଭଲ ଆରମ୍ଭରେ ପହଞ୍ଚାଇଥିଲେ ଯାହା ମୋ ଏବଂ ରାଜପକ୍ସେ ଦ୍ୱାରା କରାଯାଇଥିଲା ।