କଂଗ୍ରେସ ବି ଛାଡିବେ କ୍ୟାପଟେନ୍ ଅମରିନ୍ଦର ! କହିଲେ- ଭବିଷ୍ୟତର ରାଜନୀତି ପାଇଁ ବିକଳ୍ପ ଖୋଲା

Published By : Prameya-News7 Bureau | September 18, 2021 IST

ଚଣ୍ଡିଗଡ ୧୮।୦୯: କ୍ୟାପଟେନ୍ ଅମରିନ୍ଦର ସିଂହ ଶନିବାର ପଞ୍ଜାବର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ନିଜର ଇସ୍ତଫା ପତ୍ର ରାଜ୍ୟପାଳଙ୍କୁ ଦେବା ପରେ ସେ ରାଜଭବନ ବାହାରେ ଗଣମାଧ୍ୟମ ସହ ଆଲୋଚନା କରିଛନ୍ତି। ଅମରିନ୍ଦର କହିଛନ୍ତି ପଦ ଛାଡିବା ନିଷ୍ପତ୍ତି ଆଜି ହିଁ ନିଆଯାଇଥିଲା। ଗୋଟିଏ ମାସରେ ଏହା ତୃତୀୟ ଘଟଣା ଯେଉଁଠି ମୋତେ ବିଧାୟକ ଦଳ  ବୈଠକ ପାଇଁ ସୂଚନା ମଧ୍ୟ ଦିଆଗଲା ନାହିଁ। ଏହି ପରି ମୋତେ ଅପମାନିତ କରାଗଲା ବୋଲି କ୍ୟାପଟେନ୍ କହିଛନ୍ତି।

ଲାଗୁଥିଲା ପାର୍ଟି ମୋ ଉପରେ ସନ୍ଦେହ କରୁଛି

ଅମରିନ୍ଦର କହିଛନ୍ତି, ଲଗାତାର ମୋ ସହ ଏମିତି ଘଟଣା ଘଟିଚାଲିଲା। ଏହି ଘଟଣାରୁ ଏମିତି ଲାଗୁଥିଲା ଯେ, ପାର୍ଟି ମୋ ଉପରେ ସନ୍ଦେହ କରୁଥିଲା ଯେ, ମୁଁ ସରକାର ଚଲାଇ ପାରୁ ନାହିଁ। ଏଥିପାଇଁ ମୁଁ ମୁଖ୍ୟମନ୍ତ୍ରୀ ପଦରୁ ଆଜି ଇସ୍ତଫା ଦେଇଛି। ବର୍ତ୍ତମାନ ପାର୍ଟି ଯାହାକୁ ଭରସା ଲାଗୁଛି ତାକୁ ନେତା କରି ପାରିବ। ପାର୍ଟି ଯାହାକୁ ଚାହିଁବ ମୁଖ୍ୟମନ୍ତ୍ରୀ କରି ପାରିବ।

wp:html /wp:html

ଭବିଷ୍ୟତର ରାଜନୀତି ପାଇଁ ବିକଳ୍ପ ଖୋଲା

ଭବିଷ୍ୟତର ରାଜନୀତିକୁ ନେଇ କ୍ୟାପଟେନ୍ ଅମରିନ୍ଦର କହିଛନ୍ତି, ଏହା ଉପରେ ବିକଳ୍ପ ଖୋଲା ଅଛି ଏବଂ ମୁଁ ଶୀଘ୍ର ଏହା ଉପରେ ନିଷ୍ପତ୍ତି ନେବି। କ୍ୟାପଟେନ୍ ଅମରିନ୍ଦର ସିଂହ କହିଛନ୍ତି, ମୁଁ ନିଜ ଲୋକଙ୍କ ସହ ଆଲୋଚନା ପରେ ଭବିଷ୍ୟତ ବିଷୟରେ ନିଷ୍ପତ୍ତି ନେବି। ଏବେ ମଧ୍ୟ ମୁଁ କଂଗ୍ରେସରେ ଅଛି। କ୍ୟାପଟେନ୍ ଅମରିନ୍ଦର ସିଂହ ବିଜେପିରେ ଯୋଗ ଦେବା ପ୍ରଶ୍ନ ଉପରେ କୌଣସି ଜବାବ ଦେଇ ନାହାନ୍ତି।

wp:html /wp:html

କ୍ୟାପଟେନ୍ ଅମରିନ୍ଦର ସିଂହ କହିଛନ୍ତି, ସକାଳେ ତାଙ୍କର ସୋନିଆ ଗାନ୍ଧୀଙ୍କ ସହ ଆଲୋଚନା ହୋଇଥିଲା। ସେହି ସମୟରେ ହିଁ ସେ ସ୍ପଷ୍ଟ କରି ଦେଇଥିଲେ ଯେ, ନିଜ ପଦରୁ ଇସ୍ତଫା ଦେବେ। ସମୟ ଆସିଲେ ସେ ନିଷ୍ପତ୍ତି ନେବେ ବୋଲି ଅମରିନ୍ଦର ସିଂହ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.