oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫାଷ୍ଟଫୁଡ୍ ଦୋକାନରୁ ମାଲିକଙ୍କ ମୃତଦେହ ଉଦ୍ଧାର, ତଦନ୍ତ ଆରମ୍ଭ କଲା ପୋଲିସ୍‌
  • ||
  • ରାୟଗଡ଼ା : ଗୁମ୍ମା ଘାଟିରେ ଦୁର୍ଘଟଣା : ସ୍ୱାମୀ ମୃତ, ସ୍ତ୍ରୀ ଏବଂ ପୁଅ ଗୁରୁତର
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୯ କୋଭିଡ୍ ପଜିଟିଭ୍
  • ||
  • ମେକ୍ସିକୋ ଧୁଆଁଧାର ଫାୟାରିଂ: ୭ ପୋଲିସ କର୍ମଚାରୀ, ମେୟରଙ୍କ ସମେତ ୧୮ ଜଣଙ୍କ ମୃତ୍ୟୁ
  • ||
  • ଜଲପାଇଗୁଡ଼ିରେ ଦୁର୍ଗା ଭସାଣି ବେଳେ ଫ୍ଲାସ ଫ୍ଲଡ୍, ବନ୍ୟାରେ ଭାସି ୭ ମୃତ
  • ||

ଆକ୍ରମଣ କଲେ ଏମିତି ଶିକ୍ଷା ଦେବୁ କେବେ ଭୁଲି ପାରିବ ନାହିଁ ପାକିସ୍ତାନ: ପଞ୍ଜାବ ମୁଖ୍ୟମନ୍ତ୍ରୀ

15/08/2021 at 5:08 PM

ନୂଆଦିଲ୍ଲୀ ୧୫/୦୮: ରବିବାର ୭୫ ତମ ସ୍ବାଧୀନତା ଦିବସ ଅବସରରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ପାକିସ୍ତାନକୁ ଜୋରଦାର ଟାର୍ଗେଟ କରିଛନ୍ତି। ଭାରତ କିମ୍ବା ଏହାର କୌଣସି ଅଞ୍ଚଳରେ ଆକ୍ରମଣକୁ ବରଦାସ୍ତ କରିଯିବନାହିଁ। ସ୍ବାଧୀନତା ଦିବସରେ ପାକିସ୍ତାନକୁ ଏମିତି କଡ଼ା ସନ୍ଦେଶ ଦେଇଛନ୍ତି କ୍ୟାପ୍ଟେନ ଅମରିନ୍ଦର ସିଂହ। କୌଣସି ପ୍ରକାର ଆକ୍ରମଣ କଲେ ଏମିତି ଶିକ୍ଷା ଦିଆଯିବ ଯେ, ପାକିସ୍ତାନ କେବେ ଭୁଲି ପାରିବନାହିଁ ବୋଲି ସେ କହିଛନ୍ତି ।

ପଞ୍ଜାବ ସିଏମଓ ପକ୍ଷରୁ ଟ୍ବିଟ୍‌ କରାଯାଇଛି, ‘ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଦେଶର ଐତିହାସିକ ୭୫ ତମ ସ୍ବାଧୀନତା ଦିବସ ଅବସରରେ ପାକିସ୍ତାନର କାରନାମାରୁ ସୀମାବର୍ତ୍ତୀ ରାଜ୍ୟଗୁଡ଼ିକର ସୁରକ୍ଷା କରିବାକୁ ପ୍ରତିଜ୍ଞା ନେଇଛନ୍ତି। ଏହା ବ୍ୟତୀତ କେନ୍ଦ୍ର କଳା କୃଷି ଆଇନ ରଦ୍ଦ କରିବା ପାଇଁ କୃଷକମାନଙ୍କ ଲଢ଼େଇରେ ସହଯୋଗ କରିବାକୁ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି।’  ଅନ୍ୟପଟେ ଏହି ସମୟରେ ମୁଖ୍ୟମନ୍ତ୍ରୀ ରାଜ୍ୟର ବିଭିନ୍ନ ବିକାଶ ପାଇଁ ୧୨୦୦ କୋଟି ଟଙ୍କାର ଯୋଜନା ଘୋଷଣା କରିଛନ୍ତି।

ଏହି ଅବସରରେ ପାକିସ୍ତାନ ନଜରରୁ ପଞ୍ଜାବକୁ ସୁରକ୍ଷିତ ରଖିବା ପାଇଁ ସଂକଳ୍ପ ନେବା ସହ ରାଜ୍ୟ ଶାନ୍ତି ଚାହେଁ ବୋଲି ସେ କହିଛନ୍ତି । ଏହା ସହ ପଞ୍ଜାବରେ କୌଣସି ପ୍ରକାର ଆକ୍ରମଣକୁ ବରଦାସ୍ତ କରାଯିବ ନାହିଁ । ପଞ୍ଜାବ ପାଇଁ କୌଣସି ପ୍ରକାର ବିପଦର ଅର୍ଥ ପୂରା ଦେଶ ପାଇଁ ବିପଦ ବୋଲି କହିଛନ୍ତି କ୍ୟାପ୍ଟେନ ସିଂହ। ଏହା ବ୍ୟତୀତ ସ୍ବାଧୀନତା ଦିବସରେ ପତାକା ଉତ୍ତୋଳନ କରି ୩ ନୂଆ କୃଷି ଆଇନ୍‌ ରଦ୍ଦ କରିବା ପାଇଁ କୃଷକ ଆନ୍ଦୋଳନକୁ ସମର୍ଥନ କରିବେ ବୋଲି ମଧ୍ୟ ସେ କହିଛନ୍ତି।

ପାକିସ୍ତାନର ପ୍ରତିଟି କାରନାମା ପ୍ରତି ସଜାଗ ରହିବାକୁ ଆହ୍ବାନ କରିବା ସହ କୌଣସି ପ୍ରକାର ଆକ୍ରମଣ ବରଦାସ୍ତ କରାଯବିନି ବୋଲି ସେ କହିଛନ୍ତି । ଯଦି ପାକିସ୍ତାନ କୌଣସି ପ୍ରକାର ଦୁଃସାହସ କରେ ତେବେ ଏମିତି ଶକ୍ଷା ଦେବୁ ଯେ ସେ ଜୀବନ  ସାରା ଭୁଲିପାରିବ ନାହିଁ ବୋଲି କହିଛନ୍ତି କ୍ୟାପ୍ଟେନ ଅମରିନ୍ଦର ସିଂହ ।

ଏହା ପରେ ପରେ ପଞ୍ଜାବର ରୂପନଗର ସନ୍ଦୋୟା ବେଲୁନ୍‌ ଦେଖିବାକୁ ମିଳିଛି। ଯେଉଁଥିରେ ଲେଖାଯାଇଛି ଆଇ ଲଭ୍‌ ପାକିସ୍ତାନ। ପାଖାପାଖି ଅଞ୍ଚଳରୁ ବେଲୁନ ଆସିଥିବା ନେଇ ସନ୍ଦେହ କରାଯାଉଥିଲେ ହେଁ ଏହାର ଅନ୍ୟ ଏକ ଦିଗକୁ ଅଣଦେଖା କରାଯାଇ ପାରରିବ ନାହିଁ ବୋଲି ରୂପନଗର ଏସଏସପି ଅଖିଳ ଚୌଧୁରୀ କହିଛନ୍ତି। ଏନେଇ ପୋଲିସ ତଦନ୍ତ ମଧ୍ୟ ଆରମ୍ଭ କରିଛି।

   Related Posts