ନୂଆ ଫୌଜ ଗଠନ କରିବେ କ୍ୟାପଟେନ୍: କିଛି ଅସନ୍ତୁଷ୍ଟଙ୍କୁ ନେଇପାରନ୍ତି ସାଙ୍ଗରେ, ତାଲିକାରେ ଅନେକ ଦାବିଦାର

Published By : Prameya-News7 Bureau | October 01, 2021 IST

ନୂଆଦିଲ୍ଲୀ୧୦/୦୯: ପଞ୍ଜାବ କଂଗ୍ରେସରେ ଘଡିକେ ଘୋଡା ଛୁଟୁଛି । ଜାରି ରହିଥିବା ରାଜନୈତିକ ଘମାସାନ ମଧ୍ୟରେ ନୂଆ ତଥ୍ୟା ସାମ୍ନାକୁ ଆସୁଛି । ସବୁ ବିାବଦରେ ପୂର୍ଣ୍ଣଛେଦ ପକାଇ କ୍ୟାପଟେନ ଅମରିନ୍ଦର ସିଂ ଖୁବ୍ ଶୀଘ୍ର ଏକ ନୂତନ ଦଳ ଘୋଷଣା କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ ପଞ୍ଜାବରେ ଚାଲିଥିବା ଛକାପଞ୍ଝା ମଧ୍ୟରେ, କ୍ୟାପଟେନ୍ ଅମରିନ୍ଦର ସିଂ ଆଗାମୀ ୧୫ ଦିନ ମଧ୍ୟରେ ଏକ ନୂଆ ଦଳ ଗଠନ କରିପାରନ୍ତି ବୋଲି ବିଶେଷ ସୂତ୍ରରୁ ଜଣାପଡିଛି ।

ତେବେ ତାଙ୍କ ସମ୍ପର୍କରେ ଅନେକ କଂଗ୍ରେସ ନେତା ଅଛନ୍ତି ବୋଲି ଚର୍ଚ୍ଚା ହେଉଛି । ଯେଉଁମାନେ ଦଳରେ କଣ ଠୋସା ହଇ ପଡିରହିଛନ୍ତି । ସୂଚନାଥାଉକି, କ୍ୟାପଟେନ ଅମରିନ୍ଦର ସିଂ ମଧ୍ୟ ତାଙ୍କ ସମର୍ଥକଙ୍କ ସହ ପରବର୍ତ୍ତୀ ପଦକ୍ଷେପ ବିଷୟରେ ଆଲୋଚନା କରୁଛନ୍ତି ।

ଅମରିନ୍ଦର ମଧ୍ୟ ପଞ୍ଜାବର କିଛି କୃଷକ ନେତାଙ୍କୁ ଭେଟିବାର ସମ୍ଭାବନା ରହିଛି । ଗତ ବୁଧବାର ଅମରିନ୍ଦର ଦିଲ୍ଲୀ ଯାଇ ଅମିତ ଶାହାଙ୍କୁ ସାକ୍ଷା କରିଥିଲେ । ଯାହାକି ତାଙ୍କ ବିଜେପିରେ ମିଶିବା ନେଇ କଳ୍ପନା ଜଳ୍ପନା ହେଉଥିଲା । ହେଲେ ପରେ କ୍ୟାପଟେନ୍ ନିଜେ କହିଥିଲେ କି ସେ ବିଜେପିର ମିଶିବେନି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.