ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଲିସକୁ ସଫଳତା, ନକଲି ସୁନା ଦେଇ ଋଣ କରି ୫୨ ଲକ୍ଷ ଟଙ୍କା ଠକେଇ ଘଟଣାର ପର୍ଦାଫାସ
  • ||
  • ଖଲ୍ଲିକୋଟ ଉଚ୍ଚ ବିଦ୍ୟାଳୟରେ ରାଗିଂ ଘଟଣା, ୭ ଛାତ୍ରଙ୍କୁ ବହିଷ୍କାର କଲେ ଅଧ୍ୟକ୍ଷ
  • ||

ଯୁଦ୍ଧ ବିମାନ ଉଡ଼ାଇବେ କ୍ୟାପ୍ଟେନ୍ ଅଭିଳାଶା ବାରାକ; ହେଲେ ଦେଶର ପ୍ରଥମ ମହିଳା ଯୁଦ୍ଧ ବିମାନ ପାଇଲଟ

25/05/2022 at 8:08 PM

ନୂଆଦିଲ୍ଲୀ: ଏବେ ଯୁଦ୍ଧ ବିମାନ ଉଡ଼ାଇବେ କ୍ୟାପ୍ଟେନ୍ ଅଭିଳାଶା ବାରାକ। ସେ ଦେଶର ପ୍ରଥମ ମହିଳା ଅଫିସର ଭାବେ ଯୁଦ୍ଧ ବିମାନ ଉଡ଼ାଇବାକୁ ଅନୁମତି ପାଇଛନ୍ତି। ସେ ପ୍ରଥମ ମହିଳା କମ୍ବାଟ ଏଭିଏଟର ଭାବେ ନିଯୁକ୍ତ ହୋଇଛନ୍ତି।

ସେନାର ସାମରିକ ବିମାନ ଉଡ଼ାଣ ଟିମରେ ସାମିଲ୍ ହେବା ପରେ ଟ୍ରେନିଂ ନେଇଥିଲେ। ଯୁଦ୍ଧ ବିମାନ ଉଡ଼ାଇବାର ଟ୍ରେନିଂ ସାରିବା ପରେ ତାଙ୍କୁ ମହିଳା ଯୁଦ୍ଧ ବିମାନ ପାଇଲଟର ଭାବେ ନିଯୁକ୍ତି ମିଳିଛି।

ନାଶିକର କମ୍ବାଟ ଆର୍ମି ଏଭିଏସନ ଟ୍ରେନିଂ ସ୍କୁଲ୍‌ରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସାମରିକ ବିମାନ ଚଳାଚଳ ବିଭାଗର ଡିଜି ଓ କଲୋନେଲ୍ କମାଣ୍ଡାଣ୍ଟଙ୍କ ଦ୍ୱାରା ଅଭିଳାଶାଙ୍କୁ କଭେଟେଡ ୱିଙ୍ଗ୍ସ(ଯୁଦ୍ଧ ବିମାନ ଉଡ଼ାଣ ପାଇଁ ଉଦ୍ଧିଷ୍ଟ ଲୋଗୋ)ମିଳିଛି। ଅଭିଳାଶାଙ୍କ ସହିତ ଅନ୍ୟ ୩୬ ଜଣଙ୍କୁ ମଧ୍ୟ ଏହି କଭେଟେଡ ୱିଙ୍ଗ୍ସ ମିଳିଛି।

ହରିୟାଣାର କ୍ୟାପ୍ଟେନ ଅଭିଳାଶା ବାରାକଙ୍କୁ ୨୦୧୮ରେ ବାୟୁସେନାରେ ନିଯୁକ୍ତି ମିଳିଥିଲା।  ସେ ଅବସର ପ୍ରାପ୍ତ କୋଲୋନେଲ ଏସ୍ ଓମ୍ ସିଂହଙ୍କ ଝିଅ। ଅଭିଳାଶା ପାଇଲଟ ନିଯୁକ୍ତ ହେବା ପୂର୍ବରୁ ନୌସେନା ସମ୍ପର୍କିତ ଅନେକ କୋର୍ସ କରିଛନ୍ତି।

   Related Posts