ଦୁଷ୍କର୍ମକାରୀକୁ ମୃତ୍ୟୁ ଦଣ୍ଡ, ୨୬ ଦିନରେ ରାୟ ଶୁଣାଇଲେ ପୋକ୍ସୋ କୋର୍ଟ

Published By : Prameya-News7 Bureau | December 09, 2022 IST

ଲକ୍ଷ୍ନୌ: ଦୁଷ୍କର୍ମକାରୀକୁ ମୃତ୍ୟୁ ଦଣ୍ଡ । ଦଣ୍ଡାଦେଶ ଶୁଣାଇଲେ ଅଦାଲତ । ମାମଲା ଦାୟର ହେବାର ୨୬ ଦିନ ମଧ୍ୟରେ ରାୟ ଶୁଣାଇଛନ୍ତି ପୋକ୍ସୋ କୋର୍ଟ । ଫାଶି ଦଣ୍ଡ ସହିତ ୪୫ ହଜାର ଟଙ୍କାର ଜୋରିମନା ଲଗାଇଛନ୍ତି ଅଦାଲତ ।

ଉତ୍ତର ପ୍ରଦେଶର ମଥୁରା ଜିଲ୍ଲାର ଅତିରିକ୍ତ ଜିଲ୍ଲା ନ୍ୟାୟଧୀଶ ଓ ପୋକ୍ସୋ କୋର୍ଟ ରାୟ ଶୁଣାଇଛନ୍ତି । ଅଭିଯୁକ୍ତ ସତୀଶକୁ ଦୋଷୀ ସାବ୍ୟସ୍ତ କରିବା ମୃତ୍ୟୁ ଦଣ୍ଡଦେଶ ଶୁଣାଇଛନ୍ତି । ୨୦୨୨ ଅକ୍ଟୋବର ୧୩ତାରିଖରେ ସତୀଶ ୧୦ ବର୍ଷର ନାବାଳିକାକୁ ଲୋଭ ଦେଖାଇ ଏକ ନିଛାଟିଆ ସ୍ଥାନକୁ ଡାକି ନେଇଥିଲା । ପିଏମବି ପଲିଟେକ୍ନିକ୍ କଲେଜ୍ ନିକଟରେ ଦୁଷ୍କର୍ମ କରିବା ପରେ ହତ୍ୟା କରି ଜଙ୍ଗଲ ଭିଙ୍ଗି ଦେଇଥିଲା । ମୃତ ନାବାଳିକାର ମା’ ଏନେଇ ଥାନାରେ ଏତଲା ଦେଇଥିଲେ । ପୋଲିସ ଏକ ରୁଜୁ କରି ଅଭିଯୁକ୍ତକୁ ଗିରଫ କରିବା ସହିତ ୧୪ ନଭେମ୍ବରରେ କୋର୍ଟରେ ଚାର୍ଜସିଟ୍ ଦାଖଲ କରିଥିଲା । ଏହି ମାମଲାର ଶୁଣାଣି କରି ଦୋଷୀ ସତୀଶକୁ ସଜା ଶୁଣାଇଛନ୍ତି । ଏନେଇ ସୂଚନା ଦେଇଛନ୍ତି ସ୍ପେଶାଲ ଡିଜିସି ପୋକ୍ସୋ କୋର୍ଟର ଆଇନଜୀବୀ ଅଳକା ଉପମନ୍ୟୁ ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.