ଭିଡ଼ ହିଂସା ପାଇଁ ମୃତ୍ୟୁ ଦଣ୍ଡ ବି ମିଳିପାରେ: ଅମିତ ଶାହ

Published By : Prameya-News7 Bureau | August 11, 2023 IST

ନୂଆଦିଲ୍ଲୀ: ଅପରାଧିକ ଆଇନ୍‌ରେ ଅନେକ ପରିବର୍ତ୍ତନ ହେବ। ଦେଶଦ୍ରୋହ ଭଳି ଆଇନ୍ ଉଚ୍ଛେଦ ହେବ। ସେହିପରି ମବ୍ ଲିଞ୍ଚିଂ ବା ଭିଡ଼ ହିଂସାରେ ଦଣ୍ଡ ଆହୁରି କଠୋର ହେବ। ଗୁରୁବାର ସଂସଦର ସିଆର୍‌ପିସି ସଂଶୋଧନ ବିଲ୍ ଆଗତ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଏଥିରେ ଭିଡ଼ ହିଂସା ପାଇଁ ଅତି କମ୍‌ରେ ୭ ବର୍ଷ ଜେଲ୍‌ ଓ ମୃତ୍ୟୁ ଦଣ୍ଡ ପର୍ଯ୍ୟନ୍ତ ବ୍ୟବସ୍ଥା ରହିଛି। ଭିଡ଼ ହିଂସାକୁ ହତ୍ୟା ବିଚାର କରି ଏଥିରେ ନୂଆ ଆଇନ୍‌ ଯୋଡ଼ାଯିବ।

ଏଥିରେ କୁହାଯାଇଛି “ଯେଉଁମାନେ ହତ୍ୟା ଭଳି ଅପରାଧ କରିବେ ସେମାନଙ୍କୁ ମଧ୍ୟ ହତ୍ୟା, ଆଜୀବନ କାରାଦଣ୍ଡ ଓ ଜରିମାନରେ ଦଣ୍ଡିତ କରାଯିବ।” ଆହୁରି କୁହାଯାଇଛି “ଯେତେବେଳେ ୫ କିମ୍ବା ଅଧିକ ବ୍ୟକ୍ତି ମିଶି ଜାତି, ସମ୍ପ୍ରଦାୟ, ଲିଙ୍ଗ, ଜନ୍ମ ସ୍ଥାନ, ଭାଷା, ବ୍ୟକ୍ତିଗତ ବିଶ୍ୱାସ କିମ୍ବା ଅନ୍ୟ କୌଣସି କାରଣରୁ ହତ୍ୟାକାଣ୍ଡ ଘଟାଇବେ, ଏହିପରି ଗୋଷ୍ଠୀର ପ୍ରତ୍ୟେକ ସଦସ୍ୟଙ୍କୁ ମୃତ୍ୟୁ କିମ୍ବା ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯିବ। ଆଜୀବନ କିମ୍ବା କାରାଦଣ୍ଡ ପାଇଁ ସାତ ବର୍ଷରୁ କମ୍ ଜେଲ୍ ଦଣ୍ଡ ହେବ ନାହିଁ। ଏବଂ ଜୋରିମାନା ମଧ୍ୟ ଦେବେ।

ଆଜି କେନ୍ଦ୍ର ଗୃହମନ୍ତ୍ରୀ ସଂସଦରେ ଭାରତୀୟ ପିଙ୍ଗଳ କୋଡ୍(ଇଣ୍ଡିଆନ ପେନାଲ କୋଡ), ସିଆର୍‌ପିସି(କୋଡ୍ ଅଫ୍‌ କ୍ରିମିନାଲ ପ୍ରୋସିଡ୍ୟୁର), ଏବଂ ଭାରତୀୟ ପ୍ରମାଣ ଆଇନ(ଇଣ୍ଡିଆ ଏଭିଡେନ୍ସ ଆକ୍ଟ)। ନୂଆ ବିଲ୍‌ରେ ସରକାର ନ୍ୟାୟକୁ ଧ୍ୟାନ ଦେଇଛନ୍ତି ଦଣ୍ଡ ଉପରେ ନୁହେଁ ବୋଲି ଶାହ କହିଛନ୍ତି।

ପଢ଼ନ୍ତୁ-‘ଶେଷ ହେବ ରାଜଦ୍ରୋହ ଆଇନ’, ଲୋକସଭାରେ Crpc ସଂଶୋଧନ ବିଲ୍ ଆଗତ କଲେ ଗୃହମନ୍ତ୍ରୀ ଅମିତ୍ ଶାହ

ଶାହ କହିଛନ୍ତି “ ମୁଁ ଆଜି ଯେଉଁ ୩ଟି ବିଲ୍ ଆଗତ କରିଛି ସେଥିରେ ଅପରାଧିକ ନ୍ୟାୟ ପ୍ରଣାଳୀ ପାଇଁ ସୈଦ୍ଧାନ୍ତିକ ଆଇନ ସାମିଲ୍ ରହିଛି। ପ୍ରଥମଟି ହେଲା ଭାରତୀୟ ପିଙ୍ଗଳ କୋଡ୍, ଯାହା ୧୮୮୦ରେ ତିଆରି ହୋଇଥିଲା। ଦ୍ୱିତୀୟଟି ହେଲା କ୍ରିମିନାଲ ପ୍ରସିଡ୍ୟୁର କୋଡ଼, ଯାହା ୧୮୯୮ରେ ତିଆରି ହୋଇଥିଲା। ଏବଂ ତୃତୀୟଟି ହେଲା ୧୯୭୨ରେ ହୋଇଥିବା ଇଣ୍ଡିଆ ଏଭିଡେନ୍ସ ଆକ୍ଟ। ବ୍ରିଟିଶ୍ ସରକାର ଆଣିଥିବା ଏହି ୩ ଆଇନ୍‌କୁ ଆଜି ଆମେ ଶେଷ କରିବାକୁ ଚାହୁଁଛୁ।”

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.