ହୋଲି ଦୁର୍ଘଟଣାର ମୁକାବିଲା ପାଇଁ କ୍ୟାପିଟାଲ ହସ୍ପିଟାଲରେ ବ୍ୟାପକ ପ୍ରସ୍ତୁତି

Published By : Prameya-News7 Bureau | March 09, 2020 IST

ଭୁବନେଶ୍ବର୯/୩: ଆସନ୍ତା କାଲି ରଙ୍ଗର ପର୍ବ ହୋଲି। ପ୍ରତିବର୍ଷ ହୋଲିରେ କିଛି ନା କିଛି ଦୁର୍ଘଟଣା ଘଟିଥାଏ। ହୋଲିରେ ମଦ୍ୟପାନ କରି ଗାଡ଼ି ଚଳାଇବା ସହ ଅଧିକାଂଶ ପରସ୍ପର ମଧ୍ୟରେ ମାଡ଼ପିଟି ଲାଗିବା ଘଟଣା ନଜୀର ରହିଛି। ଗୋଷ୍ଠୀ ଓ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇ ରକ୍ତାତ ହେଇଥିବା ଘଟଣା ମଧ୍ୟ ସାମ୍ନା ଆସିଛି। କିନ୍ତୁ ଚଳିତ ବର୍ଷ ହୋଲିରେ ହେଉଥିବା ଦୁର୍ଘଟଣା ପାଇଁ କ୍ୟାପିଟାଲ ହସ୍ପିଟାଲ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି।

ଜରୁରିକାଳୀନ ସେବା ପାଇଁ ହସ୍ପିଟାଲରେ ଅଧିକ ଡାକ୍ତର ନିୟୋଜିତ ହୋଇଛନ୍ତି। ଏଥିସହ ସ୍କିନ ଡାକ୍ତର, ଚକ୍ଷୁ ଡାକ୍ତର, ଇଏନ୍‌ଟି ବିଭାଗର ଡାକ୍ତର ମଧ୍ୟ ସଜାଗ ରହିବେ। ବର୍ତ୍ତମାନ ଜରୁରିକାଳୀନ ବିଭାଗରେ ୧୯ଟି ବେଡ଼ ରହିଛି। ତା ସହ  ହୋଲିରେ ହେଉଥିବା ଦୁର୍ଘଟଣା ପାଇଁ ସ୍ବତନ୍ତ୍ର ଓ୍ବାର୍ଡର ବ୍ୟବସ୍ଥା କରାଯାଇଛି। ଗୋଟିଏ ଆମ୍ବୁଲାନ୍ସକୁ ମଧ୍ୟ ରିଜର୍ଭ କରାଯାଇଛି। ଏପରି କି ୧୭ଟି ପେଟ୍ରୋଲିଂ ଭ୍ୟାନର ବ୍ୟବସ୍ଥା ମଧ୍ୟ କରାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.