କାର୍‌କୁ ଧକ୍କା ଦେଲା କାର୍ : ଦମ୍ପତ୍ତି ଆହତ

Published By : Prameya-News7 Bureau | December 10, 2020 IST

ଚୌଦ୍ବାର ୧୦।୧୨: କାର୍ କୁ ଧକ୍କା ଦେଲା କାର୍ । ଦୁର୍ଘଟଣାରେ ଦମ୍ପତ୍ତି ଆହତ ହୋଇଛନ୍ତି । କଟକ ଜିଲ୍ଲା ଚୌଦ୍ବାର ଥାନା ଅନ୍ତର୍ଗତ ପୁରୁଣା କଟକ-ସମ୍ବଲପୁର ରାସ୍ତାର ନୂଆପାଟଣା ନଦୀକୂଳ ରାସ୍ତାରେ ଦୁର୍ଘଟଣା ହୋଇଛି ।

ସୂଚନାଯୋଗ୍ୟ ଯେ, ଅନୁଗୋଳରୁ ଏକ ହୁଣ୍ଡା ଆଇଟେନ୍‌ କାର୍ (ଓଡି୦୨କେ୭୩୧୧)ରେ ପ୍ରମୋଦ କୁମାର ଜେନା ଓ ତାଙ୍କ ପତ୍ନୀ ପିଙ୍କି ହୋତା ପୁରୁଣା କଟକ ସମ୍ବଲପୁର ରାସ୍ତା ଦେଇ ଚଣ୍ଡିଖୋଲ ଯାଉଥିଲେ। ଚୌଦ୍ବାରରୁ ଏହି ରାସ୍ତା ଦେଇ କଟକ ଅଭିମୁଖେ ଯାଉଥିବା (ଓଡି୦୫ଏଡବ୍ଲ୍ୟୁ୨୯୨୮)କାର୍‌ ତାଙ୍କୁ ଧକ୍କା ଦେଇଥିଲା । ଫଳରେ ପ୍ରମୋଦଙ୍କ କାର୍ ଭାଙ୍ଗିରୁଜି ଯାଇଛି । ଉଭୟ ସ୍ବାମୀ-ସ୍ତ୍ରୀ ଆହତ ହୋଇଛନ୍ତି ।

ଖବର ପାଇ ଟିପିଏମ୍‌ ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ପୋଲିସ ଦୁର୍ଘଟଣାଗ୍ରସ୍ତ ଦୁଇଟି କାର୍‌କୁ ଜବତ କରି ଥାନାକୁ ନେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.