ଅପରେସନ ନୀଳ ଜହର, ମାଓ ପ୍ରଭାବିତ ଅଞ୍ଚଳରେ ୬୭ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପୋଲିସ

Published By : Prameya-News7 Bureau | December 26, 2021 IST

ଲମତାପୁଟ ୨୬/୧୨: କୋରାପୁଟ ପୋଲିସ ୭୩ ଏକରରେ ହୋଇଥିବା ୭୫ହଜାର ୬ସହ ଗଞ୍ଜେଇ ଗଛ ନଷ୍ଟ କରିଛି । କୋରାପୁଟ ପୋଲିସ ଗଞ୍ଜେଇ ଚୋରା ଚାଲାଣ ରୋକିବା ପାଇଁ ବଡ ପଦକ୍ଷେପ ନେଇଛି । ମାଓ ପ୍ରଭାବିତ ଅଞ୍ଚଳ ଗୁଡିକରେ ବେଧଡକ ଗଞ୍ଜେଇ ଚାଷ ବିପୁଳ ପରିମାଣରେ ହେଉଥିବା ପୋଲିସ ନଜରକୁ ଆସିଛି ।

ପାଡୁଆ ଥାନା ଅନ୍ତର୍ଗତ ମାଓ ପ୍ରଭାବିତ ଆନ୍ଧ୍ର ସୀମାନ୍ତବର୍ତ୍ତୀ ସାରିଆପାଲି ଏବଂ ସୁଡୁବ ଗ୍ରାମ ନିକଟ ଜଙ୍ଗଲରେ ଅପରେସନ ସନ ଗ୍ରୀନକ୍ଳିନ ଆରମ୍ଭ କରିଛି । ଏହି ଅଞ୍ଚଳରେ ଯୁଆଡେ ଆଖିବୁଲାଇଲେ ହେକ୍ଟର ହେକ୍ଟର ଗଞ୍ଜେଇ ଚାଷ ହୋଇଛି । ପୋଲିସ ଗଞ୍ଜେଇ ଗଛ କାଟି କାଟି ଥକି ଗଲେ କିନ୍ତୁ ସମ୍ପୂର୍ଣ ନଷ୍ଟ କରି ପାରିନି । ଏହି ଅଞ୍ଚଳରେ ଲଗାତାର ଅପରେସନ ଜାରି ରହିବ ବୋଲି ପୋଲିସ ସୂଚନା ଦେଇଛି ।

ପାଡୁଆ, କୋରାପୁଟ ପୋଲିସ , ଡି . ବି. ଏଫ, ଅବକାରୀ, ବିଭାଗ ବନ ବିଭାଗ ଏବଂଏକଜିକ୍ୟୁଟିଭ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ୭୩ ଏକର ଗଞ୍ଜେଇ ଚାଷ ନଷ୍ଟ କରାଯାଇ ସାରିଲାଣି । ଏହି ଗ୍ରାମ ଗୁଡ଼ିକ ଆନ୍ଧ୍ର ସୀମାନ୍ତ ବାର୍ତୀ ଏବଂ ମାଓ ପ୍ରଭାବିତ ଅଞ୍ଚଳ ହୋଇଥିବାରୁ କଡା ସୁରକ୍ଷା ଦୃଷ୍ଟିରେ ରଖୀ ବିପୁଳ ଫୋର୍ସ ମୁତୟନ କରି ଗଞ୍ଜେଇ ଚାଷ ନଷ୍ଟ କରାଯାଉଛି । ଡ୍ରୋନ ସାହାଯ୍ୟରେ ଗଞ୍ଜେଇ ଚାଷ ହୋଇଥିବା ଜାଗାକୁ ଚିହ୍ନଟ କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.