ଗଞ୍ଜେଇ ବୋଝେଇ କାର୍ ଦୁର୍ଘଟଣା, ୧ ମୃତ, ୨ ଫେରାର

Published By : Prameya-News7 Bureau | August 26, 2022 IST

ବୌଦ୍ଧ: ବୌଦ୍ଧ ମନମୁଣ୍ଡା ଥାନା ମେହେରୁଣୀ ପୋଲ ନିକଟରେ ଦୁର୍ଘଟଣା।  ଦୁର୍ଘଟଣାଗ୍ରସ୍ତ ହେଲା ଗଞ୍ଜେଇ ବୋଝେଇ ଗାଡ଼ି। ଘଟଣା ସ୍ଥଳରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଫେରାର ହୋଇ ଯାଇଛନ୍ତି। ମୃତକଙ୍କୁ ବାଉଁସୁନି ଅଗ୍ନିଶମ ବାହିନୀ ଉଦ୍ଧାର କରିଛନ୍ତି । ମୃତକଙ୍କ ପରିଚୟ ମିଳି ପାରିନାହିଁ । ଗାଡ଼ର ଡିକିରେ ୩ ରୁ ୪ ବସ୍ତା ଗଞ୍ଜେଇ ଥିବା ସୂଚନା ମିଳିଛି। ଘଟଣା ସ୍ଥଳରେ ମନମୁଣ୍ଡା ପୋଲିସର ଛାନଭିନ ଜାରି ରହିଛି।

ସୂଚନା ଅନୁଯାୟୀ ସୋନପୁର ପଟରୁ ଏକ କାର ବୌଦ୍ଧ ଆଡ଼କୁ ଦ୍ରୁତ ଗତିରେ ଆସୁଥିବା ବେଳେ ହଠାତ୍ ମେହେରୁଣି ପୋଲ ନିକଟରେ ଗାଡ଼ିଟି ଭାରସାମ୍ୟ ହରାଇ  ପିଟି ହୋଇଥିଲା । ଫଳରେ ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଗାଡ଼ିରୁ ଅନ୍ୟ ଦୁଇ ଜଣ ଫେରାର ମାରିଥିବା ସୂଚନା ମିଳିଛି । ତେବେ ବାଉଁସୁଣି ଅଗ୍ନିଶମ ବାହନୀ ଘଟଣା ସ୍ଥଳରେ ପହଞ୍ଚି ମୃତକ ଙ୍କୁ ଉଦ୍ଧାର କରିଥିବା ବେଳେ ଗାଡ଼ି ରେ ୩-୪ ବସ୍ତା ଗଞ୍ଜେଇ ଥିବା ଦେଖି ପୋଲିସ୍‌କୁ ଖବର ଦେଇଥିଲେ । ତେବେ ମନମୁଣ୍ଡା ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଗାଡ଼ିରେ ଥିବା ଗଞ୍ଜେଇକୁ ଜବତ କରିବା ସହିତ ଘଟଣା ର ଅଧିକ ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.