ପୁରୀ କେନାଲରେ ଭାସିଗଲେ ଜଣେ ବ୍ୟକ୍ତି, ଗାଧୋଇବା ବେଳେ ଅଘଟଣ , ମିଳିନି ମୃତଦେହ

Published By : Prameya-News7 Bureau | March 17, 2020 IST

ବାଲିପାଟଣା ୧୭।୦୩:  ପୁରୀ ମୁଖ୍ୟ କେନାଲ ବାଳକାଟି ଠାରେ ଗାଧୋଇବା ବେଳେ ଜଣେ ଭାସି ଯାଇ ଜଣେ ନିଖୋଜ ଅଛନ୍ତି । ନିଖୋଜ ବ୍ୟକ୍ତି ବାଳକାଟି ଅଞ୍ଚଳର ୫୨ ବର୍ଷୀୟ ନାଲୁ ମୁଦୁଲି । ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।

{"id":239821,"sizeSlug":"large"}

ସୂଚନାଯୋଗ୍ୟ ଯେ, ମଙ୍ଗଳବାର ଦିନ ୧୦ଟା ସମୟରେ ନାଲୁ ବାଳିକାଟି ସ୍ଥିତ ପୁରୀ ମୁଖ୍ୟ କେନାଲ୍‌କୁ ଗାଧୋଇବାକୁ ଯାଇଥିଲା ।  କୋନାଲରେ ପ୍ରଖର ଜଳ ସ୍ରୋତ ଥିବାରୁ ବ୍ୟକ୍ତି ଜଣକ ଭାସି ଯାଇଥିବା ସ୍ଥାନୀୟଲୋକ ଅନୁମାନ କରୁଛନ୍ତି । ବାଲିଅନ୍ତା ଦମକଳ ବାହିନୀକୁ ଏନେଇ ଖବର ଦିଆଯାଇଥିଲା । ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଖୋଜ ବ୍ୟକ୍ତିଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରଖିଛି । ତେବେ ବର୍ତ୍ତମାନ ସୁଦ୍ଧା ନିଖୋଜ ବ୍ୟକ୍ତିଙ୍କୁ କୌଣସି ପତ୍ତା ମିଳିନାହିଁ  ବୋଲି ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.